ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସର୍ତ୍ତ ସହ ଶୋ’ କରିବେ ରଣବୀର ଆହ୍ଲାବାଦିଆ, ଅନୁମତି ଦେଲେ ସୁପ୍ରିମକୋର୍ଟ

Published By : Krishna Priya | March 4, 2025 8:17 AM

ନୂଆଦିଲ୍ଲୀ ୦୪/୦୩: ସୁପ୍ରିମକୋର୍ଟ ସୋମବାର ବିବାଦୀୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ନିଜ ପଡ୍‌କାଷ୍ଟ ‘ଦ ରଣବୀର ଶୋ’ ପୁନର୍ବାର ଆରମ୍ଭ ନିମନ୍ତେ ଅନୁମତି ଦେଇଛନ୍ତି । ଏଥିପାଇଁ କିଛି ସର୍ତ୍ତ ରହିଛି । କୋର୍ଟ କହିଛନ୍ତି, ଆହ୍ଲାବାଦିଆ ସଭ୍ୟତା ଓ ନୈତିକତା ବଜାୟ ରଖିବା ଉଚିତ । ଶୋ’ ରେ ମାମଲାକୁ ନେଇ ସେ କୌଣସି ଟିପ୍ପଣୀ ଦେବେନାହିଁ । ଅଶ୍ଳୀଳତା ପ୍ରଦର୍ଶନ ବି କରିବେ ନାହିଁ । ସୁପ୍ରିମକୋର୍ଟ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ମିଡିଆ କଣ୍ଟେଣ୍ଟର ନିୟନ୍ତ୍ରଣ ଲାଗି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କହିଛନ୍ତି । 

ରଣବୀରଙ୍କ ମାମଲାର ଶୁଣାଣି କରି ବିଚାରପତି ସୂର୍ଯ୍ୟ କାନ୍ତ ଓ ଏନ୍‌ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଅଶ୍ଳୀଳ ଭାଷା ବ୍ୟବହାରକୁ ପ୍ରତିଭା ଭାବେ ବିବେଚନା କରାଯିବା ଉଚିତ ନୁହେଁ । ତେଣୁ ଏହା ଉପରେ ନିୟାମକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ କହିଛନ୍ତି, ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ଏଭଳି ହେବା ଉଚିତ, ଯାହାକୁ ପୂରା ପରିବାର ବସି ଉପଭୋଗ କରିପାରିବ ଏବଂ କେହି ଏହାକୁ ନେଇ ଲଜ୍ଜା ଅନୁଭବ କରିବେ ନାହିଁ । 

ଉଲ୍ଲେଖଯୋଗ୍ୟ, ୟୁଟ୍ୟୁବର ରଣବୀର ପିଟିସନ ଦାଖଲ କରି କୋର୍ଟଙ୍କର କିଛି ଆଦେଶକୁ କୋହଳ କରିବାକୁ ଅନୁରୋଧ କରିଥିଲେ । ଏଥିରେ ଶୋ’କୁ ପୁନଃ ପ୍ରସାରଣ ଲାଗି ଅନୁମତି ଦେବା ସାମିଲ ଥିଲା । ସମୟ ରାଇନାଙ୍କ ‘ଇଣ୍ଡିଆସ୍‌ ଗଟ୍‌ ଲାଟେଣ୍ଟ’ ଶୋ’ରେ ପିତାମାତାଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ଦିଆଯିବାକୁ ନେଇ ଅନେକ ସହରରେ ଏଫ୍‌ଆଇଆର୍‌ ହୋଇଥିଲା । ଏହାପରେ ଆହ୍ଲାବାଦିଆଙ୍କ ପଡ୍‌କାଷ୍ଟ ‘ଦ ରଣବୀର ଶୋ’ରେ ସେଲିବ୍ରିଟିମାନେ ସାମିଲ ହେବାକୁ ମନା କରିଦେଇଥିଲେ । ଆହ୍ଲାବାଦିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନୁରୋଧ କରିଥିଲେ କି ତାଙ୍କ ବିରୋଧରେ ହୋଇଥିବା ଏଫ୍‌ଆଇଆର୍‌ ଓ ଗିରଫଦାରି ଉପରେ ରୋକ୍‌ ଲଗାଯିବା ଉଚିତ । ଫେବ୍ରୁଆରୀ ୧୮ରେ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଆଦେଶ ପ୍ରଦାନ କରି ରଣବୀରଙ୍କ ଗିରଫଦାରି ଉପରେ ରୋକ୍‌ ଲଗାଇଥିଲେ । ତତ୍‌ସହିତ ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ରଣବୀର ଓ ତାଙ୍କ ସାଥୀ କୌଣସି ଶୋ’ କରିପାରିବେ ନାହିଁ ବୋଲି କହିଥିଲେ ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.