ନୂଆଦିଲ୍ଲୀ, ୧୦/୦୭ : ଆଗାମୀ ଫିଲ୍ମ ‘ମାଇସା’ ପାଇଁ ପାଣିତଳେ ବିପଦପୂର୍ଣ୍ଣ ଆକ୍ସନ୍ କରିଛନ୍ତି ରଶ୍ମିକା ମନ୍ଦାନା । ନିର୍ମାତାଙ୍କ ଅନୁସାରେ, ଏହା ଭାରତର ପ୍ରଥମ ମହିଳା ନେତୃତ୍ୱାଧୀନ ପାଣିତଳ ଯୁଦ୍ଧ ସିନ୍ । ଏଥିପାଇଁ ରଶ୍ମିକା ବଡି ଡବଲ୍ ବ୍ୟବହାର କରିନାହାନ୍ତି, ନିଜେ ସବୁ ଷ୍ଟଣ୍ଟ କରିଛନ୍ତି । ଫିଲ୍ମର ନିର୍ମାତା ଏହି ସିନ୍ ର ସୁଟିଂ ବେଳର ଏକ ଝଲକ୍ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ରିପୋର୍ଟ ଅନୁସାରେ, ଏହି ସିନ୍ର ସୁଟିଂ ଲାଗି ରଶ୍ମିକା ୨ ଦିନରେ ପ୍ରାୟ ୨୦ ଘଣ୍ଟା ପାଣି ତଳେ ବିତାଇଥିଲେ । ରଶ୍ମିକା ମଧ୍ୟ ଇନ୍ଷ୍ଟା ଷ୍ଟୋରୀରେ ଫିଲ୍ମର ଏହି ସିନ୍ର ସୁଟିଂ ଅନୁଭବ ଶେୟାର କରିଛନ୍ତି । ଏହାକୁ ନିଜ କ୍ୟାରିଅର୍ର ସବୁଠୁ ଜଟିଳ ଚାଲେଞ୍ଜ ବୋଲି କହିଛନ୍ତି । ପୂର୍ବରୁ ସେ କଦାପି ଏଭଳି କିଛି କରିନଥିଲେ । ଏହି ସିନ୍କୁ ନେଇ ସେ ଖୁବ୍ ଉତ୍ସାହିତ । ‘ମାଇସା’ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏକ ଆବେଗପୂର୍ଣ୍ଣ ଆକ୍ସନ୍- ଥ୍ରିଲର୍, ଯାହା ରଶ୍ମିକାଙ୍କର ପ୍ରଥମ ମହିଳାକୈନ୍ଦ୍ରିକ ପାନ୍-ଇଣ୍ଡିଆ ଆକ୍ସନ୍ ଫିଲ୍ମ । ଏଥିରେ ସେ ଗୋଣ୍ଡ ଜନଜାତି ଝିଅ ଭାବେ ପରଦାକୁ ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୱିନ୍ଦ୍ର ପୁଲେ । ଫିଲ୍ମରେ ଆକ୍ସନ୍ ସିନ୍ର ପ୍ରସ୍ତୁତି ଲାଗି ରଶ୍ମିକା ବ୍ୟାଙ୍କକ, ଥାଇଲାଣ୍ଡରେ ତାଲିମ ନେଇଥିଲେ । ଦିନକୁ ସେ ୮ ଘଣ୍ଟା କଠିନ ପରିଶ୍ରମ କରୁଥିଲେ ।

ଆହୁରି ପଢନ୍ତୁ- Lock Upp 2 : ଲକ୍ ଅପ୍-୨ ଗୋବିନ୍ଦାଙ୍କ ଏଣ୍ଟ୍ରି, ସ୍ତ୍ରୀ ସୁନୀତାଙ୍କ ଖୋଲିବେ ରାଜ୍...

Prambanan Temple History: ଜାଣନ୍ତୁ ପ୍ରେମ, ପ୍ରତାରଣା, ଯୁଦ୍ଧ ଓ ପ୍ରତିଶୋଧର କାହାଣୀ