PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦିଲ୍ଲୀ କ୍ରାଇମ୍‌-୨’ର ସଫଳତା ପରେ ‘ଲିଟିଲ୍‌ ଥୋମାସ୍‌’ରେ ନଜର ଆସିବେ ଅଭିନେତ୍ରୀ ରସିକା

ମୁମ୍ବାଇ ୨୩/୦୯: ନିକଟରେ ମୁକ୍ତିପ୍ରାପ୍ତ ‘ଦିଲ୍ଲୀ କ୍ରାଇମ୍‌-୨’ର ସଫଳତାକୁ ନେଇ ଉତ୍ସାହିତ ରସିକା ଦୁଗଲ ଏବେ ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ । ଡ୍ରାମା-କମେଡି ‘ଲିଟିଲ୍‌ ଥୋମାସ୍‌’ରେ ସେ ନଜର ଆସିବେ । ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ କୌଶଲ ଓଜା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ହାତକୁ ନେଇଛନ୍ତି । ଏହା ପୂର୍ବରୁ ଏକ କ୍ଷୁଦ୍ର ଫିଲ୍ମ ‘ଦ ମିନିଏଚରିଷ୍ଟ ଅଫ୍‌ ଜୁନାଗଡ଼’ରେ ରସିକା ଓ କୌଶଲ ଏକସଙ୍ଗେ କାମ କରିଥିଲେ ।

ନୂଆ ପ୍ରୋଜେକ୍ଟ ‘ଲିଟିଲ୍‌ ଥୋମାସ୍‌’ ବିଷୟରେ ରସିକା କହନ୍ତି, ଗାଁର ପରିବାର ଉପରେ ପର୍ଯ୍ୟବସିତ ଏକ ସୁନ୍ଦର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ଫିଲ୍ମର ପ୍ରଡକ୍ସନ୍‌ କାମ ନିକଟରେ ଆରମ୍ଭ ହୋଇଛି । ମାସକ ପାଇଁ ମୁମ୍ବାଇ ଓ ଗୋଆରେ ଫିଲ୍ମ ସୁଟିଂ ହେବ । ରସିକାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ମିର୍ଜାପୁର-୩’, ‘ଅଧୁରା’, ‘ସ୍ପାଇକ୍‌’, ‘ଲର୍ଡ କୁର୍‌ଜୋନ୍‌ କି ହବେଲି’ ଓ ‘ଫେରି ଫୋକ୍‌’ । ଅନୁଭବ ପାଲ୍‌ଙ୍କ ଲିଖିତ ଏକ ଅନ୍ତର୍ଜାତୀୟ କମେଡି ଅଡିଓ ସିରିଜ୍‌ ‘ଦ ଏମ୍ପାୟର’ରେ ପୂର୍ବରୁ ତାଙ୍କୁ ସାଇନ୍‌ କରାଯାଇଛି । ଶ୍ରୀଜିତ ମୁଖର୍ଜୀଙ୍କ ନିର୍ଦ୍ଦେଶିତ ‘ଶେର୍‌ଦିଲ୍‌’ରେ ମଧ୍ୟ ସେ ନଜର ଆସିବେ । ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନୀରଜ କବି ଓ ପଙ୍କଜ ତ୍ରିପାଠୀ ।

୨୦୦୭ ମସିହାରେ ମୁକ୍ତିପ୍ରାପ୍ତ ‘ଅନ୍‌ୱର’ରେ ଏକ ଛୋଟ ଭୂମିକା ଜରିଆରେ ପରଦାରେ ଏଣ୍ଟ୍ରି କରିଥିଲେ ରସିକା । ଏହା ପରେ ଅନେକ ଚର୍ଚ୍ଚିତ ତଥା ସଫଳ ଫିଲ୍ମରେ ସେ ଅଭିନୟର ସୁଯୋଗ ପାଇଲେ । ‘ନୋ ସ୍ମୋକିଙ୍ଗ୍‌’, ‘ଔରଙ୍ଗଜେବ୍‌’, ‘କିସ୍‌ସା’, ‘ଟ୍ରେନ୍‌ ଷ୍ଟେସନ୍‌’, ‘ତୁ ହୈ ମେରା ସନ୍‌ଡେ’, ‘ହମିଦ୍‌’ ଭଳି ଏକାଧିକ ପ୍ରୋଜେକ୍ଟରେ ତାଙ୍କ ନିଖୁଣ କାମକୁ ଦର୍ଶକ ପସନ୍ଦ କରିଛନ୍ତି । ୨୦୧୮ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ମଣ୍ଟୋ’ ଜରିଆରେ ସେ ଖୁବ୍‌ ପରିଚିତି ପାଇଥିଲେ । ଏବେ ସୁଦ୍ଧା ଏକାଧିକ ସଫଳ ଫିଲ୍ମର ଅଂଶ ହୋଇ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ରସିକା ।