ବାରଙ୍ଗ, ୩୦ା୧(ଆପ୍ର): ମଞ୍ଚେଶ୍ୱର କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କଳିଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି । ଏହି ଫେଳର ଫାଇନାଲରେ ବରିମୁଣ୍ଡ ଲକ୍ଷେଶ୍ୱର କ୍ରିକେଟ ଟିମକୁ ହରାଇ ରସୁଲଗଡ଼ ଏଲସିସି ଟିମ୍ ଚାମ୍ପିଅନ୍ ହୋଇଛି ।
ଗତ ୨୬ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏଥିରେ ରାଜ୍ୟର ୧୬ଟି ବଛାବଛା ଟିମ୍ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ରେ ବରିମୁଣ୍ଡ ଲକ୍ଷେଶ୍ୱର ଟିମ୍ ସହ ରସୁଲଗଡ଼ ଏଲସିସି ଟିମ୍ର ମୁକାବିଲା ହୋଇଥିଲା । ଫାଇନାଲରେ ପ୍ରଥମେ ବରିମୁଣ୍ଡ ଲକ୍ଷେଶ୍ୱର ଟିମ୍ ୫ ଓଭର ଖେଳି ୮ଟି ଉଇକେଟ ହରାଇ ୩୨ରନ କରିଥିଲେ । ଏହାର ଜବାବରେ ରସୁଲଗଡ଼ ଏଲସିସି ଟିମ୍ ୪ ଓଭର ୨ଟି ବଲରେ ୩୩ ରନ କରି ବିଜୟ ହାସଲ କରିଥିଲେ । ଚାମ୍ପିଅନ୍ ଟିମକୁ ୧୫ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଟିମ୍କୁ ୧୨ ହଜାର ଟଙ୍କା ସହ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିଲା ।
ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁଭାଷ ପାତ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନିର୍ମଳ ରାଉତ, ଅରୁଣ ସେନାପତି, ସନ୍ତୋଷ ନାଥ ଏବଂ ମଞ୍ଚେଶ୍ୱର ଗ୍ରାମ କମିଟି ସଭାପତି ବ୍ରହ୍ମାନନ୍ଦ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...