ପୁରୀ, ୦୫/୦୭: ନିଷ୍ପତ୍ତି ବଦଳାଇଲା ପ୍ରଶାସନ । ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନିକ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ଥିରିକୃତ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ । ମାତ୍ର ଶ୍ରୀମନ୍ଦିରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କୌଣସି ରନ୍ଧା ଖାଦ୍ୟ ପରିବେଷଣ କରାଯାଇ ପାରିବନାହିଁ । କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଫଳରେ ଶ୍ରଦ୍ଧାଳୁମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅଧିକ ପଢ଼ନ୍ତୁ :- Rath Yatra: ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ମିଳିବନି ରନ୍ଧା ଖାଦ୍ୟ, ସ୍ୱଚ୍ଛତା ବଜାୟ ରଖିବାକୁ ସର୍ବାଧିକ ଗୁରୁତ୍ୱ
ସୂଚନାଥାଉକି, ୧୧ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏବର୍ଷ ପ୍ରାୟ ୨୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ନିମନ୍ତେ ଖାଦ୍ୟ, ପାନୀୟ ବଣ୍ଟନ ସୁବ୍ୟବସ୍ଥା କରିବା ଦାୟିତ୍ୱ ପ୍ରଶାସନ ଉପରେ ରହିଛି ।