ମୁମ୍ବାଇ,୦୫/୦୭; ୬୧ ବର୍ଷରେ ତୃତୀୟ ବିବାହ କରବାକୁ ଯାଉଛନ୍ତି ମିଷ୍ଟର ପରଫେକ୍ଟେନିଷ୍ଟ । ବଲିଉଡ ଅଭିନେତା ଆମୀର ଖାନ ଆଜି ତୃତୀୟ ଥର ବିବାହ କରିବାରୁ ଯାଉଛନ୍ତି । ଏ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ରେଜେଷ୍ଟ୍ରୀ ମ୍ୟାରେଜରେ ଗୌରୀଙ୍କୁ ତୃତୀୟ ଥର ପାଇଁ ବିବାହ କରିବେ । ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ସେମାନଙ୍କ ପିଲାମାନେ ଯୋଗ ଦେବେ । ବିବାହକୁ ଆମୀରଙ୍କ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଗୌରୀ ଏବଂ ଆମୀରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା । ଆମୀରଙ୍କ ଜୀବନରେ କେମିତି ଏଣ୍ଟ୍ରୀ କଲେ ଗୌରୀ ?

ଆମୀର ଏବଂ ଗୌରୀଙ୍କ ସାକ୍ଷାତ କିପରି ହୋଇଥିଲା ? ଆମୀର ତାଙ୍କର ୬୦ତମ ଜନ୍ମଦିନ, ମାର୍ଚ୍ଚ ୧୩, ୨୦୨୫ରେ ଗୌରୀଙ୍କୁ ଦୁନିଆ ସହିତ ପରିଚିତ କରାଇଥିଲେ । ସେହି ବିଶେଷ ଅବସରରେ, ସେ କହିଥିଲେ ଯେ, ସେ ଏବଂ ଗୌରୀ ପରସ୍ପରକୁ ୨୫ ବର୍ଷ ଧରି ଜାଣିଛନ୍ତି । କିଛି ସାକ୍ଷାତ ପରେ, ଉଭୟ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଗଲେ, ଯାହା ପରେ ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା । ପ୍ରାୟ ଦୁଇ ବର୍ଷ ପୂର୍ବେ, ସେମାନେ ହଠାତ୍ ପୁଣି ଥରେ ସାକ୍ଷାତ କଲେ। ଏଥର, ସେମାନଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେଲା । ଗୌରୀଙ୍କୁ ଭେଟିବା ଆମୀରଙ୍କ ଜୀବନରେ ଶାନ୍ତି ଏବଂ ସ୍ଥିରତା ଆଣିଦେଲା । ଗୌରୀ ସେହି ଖୁସି ଆଣିଦେଲେ ଯାହା ସେ ଖୋଜୁଥିଲେ । ବଲିଉଡ୍ ପରଫେକ୍ସନିଷ୍ଟ ଗୌରୀଙ୍କ ସାଥିରେ ରହିବାକୁ ଏତେ ଭଲ ପାଇଲେ ଯେ, ସେମାନେ ସିକ୍ରେଟ୍ ବିବାହ କଲେ । । ଦୁଇ ବର୍ଷ ଡେଟିଂ କରିବା ପରେ, ଦୁହେଁ ଏବେ ଆନୁଷ୍ଠାନିକ ଭାବରେ ନିର୍ବନ୍ଧ କରିଛନ୍ତି । ଆମୀର ଏବଂ ଗୌରୀ ସ୍ୱାମୀ-ସ୍ତ୍ରୀ ହେବେ ଏବଂ ଜୀବନସାରା ଏକାଠି ରହିବାକୁ ପ୍ରତିଶ୍ରୁତି ଦେବେ । ଆଜି ଦୁହିଁଙ୍କର ରେଜେଷ୍ଟ୍ରୀ ମ୍ୟାରେଜ୍ ହେବ ।

ତୃତୀୟ ବିବାହ ପୂର୍ବରୁ ଗୌରୀଙ୍କର ଆମୀରଙ୍କ ଦୁଇ ପୂର୍ବତନ ପତ୍ନୀ କିରଣ ରାଓ ଏବଂ ରୀନା ଦତ୍ତାଙ୍କ ସହିତ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା । କିଛି ଦିନ ପୂର୍ବରୁ ଆମୀରଙ୍କୁ ତାଙ୍କର ପୂର୍ବତନ ପତ୍ନୀ ଏବଂ ଗୌରୀଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା । ଆମୀର ଯଦିଓ ପ୍ରଥମ ଦୁଇ ବିବାହକୁ ଭାଙ୍ଗି ଦେଇଥିଲେ, କିନ୍ତୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ତାଙ୍କ ସମ୍ପର୍କ କେବେ ବି ତିକ୍ତ ହୋଇନଥିଲା ।

ଏହା ବି ପଢନ୍ତୁ...Aamir Khan Marriage: ଆଜି ୬୧ ବର୍ଷୀୟ ଆମୀରଙ୍କ ତୃତୀୟ ବିବାହ, ଗୋଟିଏ ପୁଅର ମାଆ ଗୌରୀଙ୍କ ଧରିବେ ହାତ

ଗୌରୀ ସ୍ପ୍ରେଟ୍ କିଏ ? ଗୌରୀ ବେଙ୍ଗାଲୁରୁରେ ଜନ୍ମିତ ୱେଲନେସ୍ ଏବଂ ବିୟୁଟି ଉଦ୍ୟୋଗୀ। ସେ B:Blunt ସାଲୁନର ପାର୍ଟନର ଏବଂ ନିର୍ଦ୍ଦେଶକ । ଗୌରୀ ଲଣ୍ଡନର କଳା ବିଶ୍ୱବିଦ୍ୟାଳୟରେ ଫ୍ୟାଶନ, ଷ୍ଟାଇଲିଂ ଏବଂ ଫଟୋଗ୍ରାଫି ଅଧ୍ୟୟନ କରିଛନ୍ତି । ଜଣେ ଉଦ୍ୟୋଗୀ ହେବା ସହିତ, ସେ ଆମୀର ଖାନ ପ୍ରଡକ୍ସନ୍ ସହିତ ମଧ୍ୟ କାମ କରନ୍ତି । ରିପୋର୍ଟ ଅନୁସାରେ ଏହା ଗୌରୀଙ୍କ ଆମୀର ଖାନଙ୍କ ସହିତ ଦ୍ୱିତୀୟ ବିବାହ ହେବ । ତାଙ୍କର ପ୍ରଥମ ବିବାହରୁ ତାଙ୍କର ଏକ ୬ ବର୍ଷର ପୁଅ ଅଛି । ଗୌରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କୌଣସି ସୂଚନା ହସ୍ତଗତ ହୋଇନାହିଁ ।