ଭୁବନେଶ୍ୱର ୩୦/୦୧: ରାସନ୍ କାର୍ଡକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍। ଆଉ ୧୬ ଦିନ ବଢ଼ିଲା ରାସନ୍ କାର୍ଡ e-KYC। ଫେବୃଆରୀ ୧୫ ଯାଏ ଇ-କେଓ୍ବାସି କରିପାରିବେ ଯୋଗ୍ୟ ହିତାଧିକାରୀ। ପୂର୍ବରୁ ଜାନୁଆରୀ ୩୧ ଶେଷ ଥିଲା ତାରିଖ।  କିଛି ଲୋକ e-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି ହୋଇଥିଲା। ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।