ମୁମ୍ୱାଇ,୦୨/୦୬: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମା'ଙ୍କ ଘରୁ ଚୋରି। ରବିନା ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ସୂଚନା। ଯାହାକୁ ନେଇ ଜୁହୁ ପୁଲିସ ସହାୟିକା ରାଶି ଛାବିରିଆଙ୍କୁ ଗିରଫ କରିଛି। ରବିନା ଟଣ୍ଡନଙ୍କ ମା'ଙ୍କ ବିଶ୍ୱାସ ଜିତିବା ପରେ, ସେ ତାଙ୍କ ଘରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ମହଙ୍ଗା ଘଣ୍ଟା ଚୋରି କରିଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ୨୦୨୦ ମସିହାରୁ ଟଣ୍ଡନ ପରିବାର ସହିତ ସମ୍ପର୍କରେ ଥିଲେ। ଏହା ସହିତ, ସେ ରବିନା ଟଣ୍ଡନଙ୍କ ମା'ଙ୍କ ଘରର ଯତ୍ନ ନେବା ପାଇଁ ସହାୟିକା ଭାବେ ତାଙ୍କ ଘରକୁ ଯାଉଥିଲେ। ପରିବାର ଲୋକ ଅଳଙ୍କାର ଏବଂ ଦାମୀ ଘଣ୍ଟା ଚୋରି ହେବା ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଯେତେବେଳେ ପରିବାର ପ୍ରଥମେ ସମସ୍ତଙ୍କୁ ପଚରା ଉଚରା କରିଥିଲେ, ୪୭ ବର୍ଷୀୟ ରାଶି ଛାବିରିଆ ଚୋରିକୁ ଅସ୍ୱୀକାର କରିଥିଲେ। ରବୀନା ଟଣ୍ଡନଙ୍କ ମାଆଙ୍କ ଯତ୍ନ ନେଉଥିବା ରାଶି ଛାବିରିଆଙ୍କ ବିରୋଧରେ ଘରର ସେଫ ଭାଙ୍ଗି ସୁନା ଏବଂ ହୀରା ଅଳଙ୍କାର, ଏବଂ ଦୁଇଟି ଦାମୀ ଘଣ୍ଟା ଚୋରି କରିବାର ଅଭିଯୋଗ ହୋଇଛି।

ଆହୁରି ପଢନ୍ତୁ-ସପ୍ତାହେ ଆଗରୁ ଆସିବ ବହୁ- ପତୀକ୍ଷିତ ଆକ୍ସନ୍ ଏଣ୍ଟରଟେନର୍ ‘ଆଲ୍ଫା ‘, ଏହି ଦିନ ହେବ ରିଲିଜ

ରିପୋର୍ଟ ଅନୁଯାୟୀ, ରାଶି ଛାବିରିଆ ୨୦୨୦ ମସିହାରୁ ଟଣ୍ଡନ ପରିବାରର ଜୁହୁ ଘରକୁ ଆସୁଥିଲେ। ଟଣ୍ଡନ ପରିବାର ସହିତ ତାଙ୍କର ଭଲ ସମ୍ପର୍କ ଥିଲା ଏବଂ ଘରର ବିଭିନ୍ନ ସ୍ଥାନକୁ ପ୍ରବେଶ କରିବାର ଅନୁମତି ଥିଲା। ସେ ପ୍ରାୟତଃ ରବୀଣା ଟଣ୍ଡନଙ୍କ ମାଆଙ୍କ ଯତ୍ନ ନେବା ପାଇଁ ଘରକୁ ଆସୁଥିଲେ ଏବଂ ବେଳେବେଳେ ରୋଷେଇ କରୁଥିଲେ। ଏହି ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ, ଜାଣିବାକୁ ମିଳିଛି ଯେ, ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟତୀତ, ଦ୍ୱିତୀୟ ମହଲାକୁ ଯିବା ପାଇଁ କେବଳ ରାଶି ଛାବିରିଆଙ୍କୁ ଅନୁମତି ଦିଆଯାଇଥିଲା। କିନ୍ତୁ, ଚୋରି ପରେ ରାଜୀବ ଟଣ୍ଡନ କେୟାରଟେକରଙ୍କୁ ପଚରା ଉଚରା କରିଥିଲେ, ସେ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ପରେ, ଯେତେବେଳେ ପରିବାର ଲୋକେ ପୁଲିସକୁ ଫୋନ୍ କରିଥିଲେ, ରାଶି ଛାବରିଆ ନିଜେ ସ୍ୱୀକାର କରିଥିଲେ ଯେ ସେ ଲକର ଭାଙ୍ଗି ଅଳଙ୍କାର ଏବଂ ଘଣ୍ଟା ଚୋରି କରିଥିଲେ। ପୁଲିସ ମାମଲା ରୁଜୁ କରି କେୟାରଟେକରଙ୍କୁ ଏବେ ଗିରଫ କରିଛି। ଚୋରି ହୋଇଥିବା କିଛି ଘଣ୍ଟା ଜବତ କରାଯାଇଛି। ଜୁହୁ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।