ମୁମ୍ୱାଇ,୦୨/୦୬: ସପ୍ତାହେ ଆଗୁଆ ଆସିବ ଆଲିୟା ଭଟ୍ଟଙ୍କ ଅଭିନୀତ ବହୁ- ପତୀକ୍ଷିତ ଆକ୍ସନ୍ ଏଣ୍ଟରଟେନର୍ ‘ଆଲ୍ଫା’ । ଫିଲ୍ମର ମୂଳ ରିଲିଜ୍ ତାରିଖ ଆସନ୍ତା ଜୁଲାଇ ୧୦ ତାରିଖ ଥିଲା । ନୂଆ ଘୋଷଣା ଅନୁସାରେ, ଫିଲ୍ମ ସପ୍ତାହେ ଆଗୁଆ ଅର୍ଥାତ୍ ଜୁଲାଇ ୩ ତାରିଖରେ ମୁକ୍ତିଲାଭ କରିବ । ‘ଧମାଲ୍-୪’ ନିଜର ରିଲିଜ୍ ତାରିଖ ଜୁଲାଇ ୧୭କୁ ଘୁଞ୍ଚାଇବା ପରେ ‘ଆଲ୍ଫା’ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ଫିଲ୍ମ ବହୁ ବିଳମ୍ବର ସମ୍ମୁଖୀନ ହୋଇଛି, ସେଥିପାଇଁ ପ୍ରଡକ୍ସନ୍ ହାଉସ୍ ଏହାର ଭବ୍ୟ ରିଲିଜ୍ ଚାହେଁ । ଜୁଲାଇ ୩ ତାରିଖରେ ବକ୍ସ ଅଫିସ୍ରେ କୌଣସି ବଡ଼ ରିଲିଜ୍ ନ ଥିବାରୁ ‘ଆଲ୍ଫା’ର ରିଲିଜ୍ ପାଇଁ ଏହା ଠିକ୍ ସମୟ ବୋଲି ନିର୍ମାତାଙ୍କ ବିଶ୍ୱାସ । ତେବେ ଦୁଇଟି କମେଡି ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ (ଜୁନ୍ ୨୬) ଓ ‘ଧମାଲ୍-୪’ ମଝିରେ ‘ଆଲ୍ଫା’ ରିଲିଜ୍ ହେଉଥିବାରୁ ଆକ୍ସନ୍-ପ୍ୟାକ୍ଡ ଫିଲ୍ମକୁ ଦର୍ଶକ ପସନ୍ଦ କରିବେ ବୋଲି ନିର୍ମାତା ଆଶାବାଦୀ । ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ଏହି ଫିଲ୍ମରେ ବବି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବାବେଳେ ଅନ୍ୟପକ୍ଷରେ ଶିବ ରାୱଲ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ଏଥିସହ ଫିଲ୍ମରେ ଆଲିଆ ବାଗ ନଜର ଆସିବେ । ତେବେ କହିରଖୁଛୁ କି, ୟଶ ରାଜ ଫିଲ୍ମସ୍ ସ୍ପାଏ ୟୁନିଭର୍ସ ପ୍ରଥମ ଥର ପାଇଁ ଏକ ମହିଳା ଲିଡ୍ ଫିଲ୍ମ ନିର୍ମାଣ କରୁଛି ।