କଟକ, ୨୨/୦୫ : ଇଂରାଜୀରେ ୧୦୦ରୁ ୧୦୨ ନମ୍ଵର ରଖିଲେ ଛାତ୍ର। କ'ଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ହେଲେ ଏହା ସତ। ରେଭେନ୍ସା ଜୁନିଅର କଲେଜର ଛାତ୍ର ବିଶ୍ଵଜିତ ଓରାମଙ୍କ ନମ୍ଵରରେ ଏଭଳି ତ୍ରୁଟି ହୋଇଛି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇଛନ୍ତି। ବୈଷୟିକ ତୃଟି ଯୋଗୁଁ ଏଭଳି ହୋଇଥାଇପାରେ ବୋଲି କୁହାଯାଇଛି।
ରେଭେନ୍ସା କଲେଜର ଯୁକ୍ତ ଦୁଇ ଛାତ୍ର ବିଶ୍ବଜିତ ଓରାମ ଇଂରାଜୀ ପରୀକ୍ଷାରେ ୧୦୦ ରୁ ୧୦୨ ନମ୍ବର ରଖିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ ରେଭେନ୍ସା ଜୁନିଅର କଲେଜ ରେଭେନ୍ସା ଜୁନିଅର କଲେଜ ଅଧ୍ୟକ୍ଷ ଚିରଞ୍ଜୀବୀ ମହାପାତ୍ର କହିଛନ୍ତି ଯେ, ଏହା କୌଣସି ବୈଷୟିକ ତୃଟି କାରଣରୁ ହୋଇଥାଇପାରେ। ଏନେଇ CHSE କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ CHSE ଚୂଡାନ୍ତ ନିଷ୍ପତ୍ତି ନେବ। ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ନିଜ ଭୁଲ ସ୍ବୀକାର କରିଛନ୍ତି। କମ୍ପ୍ୟୁଟର ଜନିତ ତ୍ରୁଟି ହୋଇଥିବା କୁହାଯାଇଛି।...
ଏହି ଖବରଟିକୁ ପଢନ୍ତୁ- Paradip News : ମଦରେ ଭାସୁଛି ବନ୍ଦରନଗରୀ, ଠିପି ବନ୍ଦ ମଦ ଦୋକାନ ପାଲଟିଛି ମୁକ୍ତାକାଶ ବାର୍