PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍

ପ୍ରତିକାତ୍ମକ ଚିତ୍ର

ରାୟଗଡ଼ା୧୮/୧୧ (ଆପ୍ର) ରାୟଗଡ଼ା ସହରର ତୁମ୍ବିଗୁଡା ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଆସିଥିବା ସମୟରେ ଏହି ଲୁଟ୍ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟବସାୟୀ ହେଲେ ମୋହନ ରାଓ । ଘଟଣାରୁ ପ୍ରକାଶ ଯେ, ମୋହନ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ତୁମ୍ବିଗୁଡା ଶାଖାକୁ ଆସିଥିଲେ । ନିଜ ବ୍ୟବସାୟ ଜନିତ ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ପହଞ୍ଚିଥିଲେ । ଟଙ୍କା ବ୍ୟାଗ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ପରେ ଭିଡ ରହିଥିଲା । ସେ ସେହି ସମୟରେ ପାଣି ପିଇବାକୁ ବ୍ୟାଙ୍କ ବାହାରକୁ ଆସିଥିଲେ । ବ୍ୟାଙ୍କ ନିକଟରେ ଥିବା ଏକ ହୋଟେଲରେ ପାଣି ପିଇବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ଏକ ବାଇକରେ ଚାଲି ଯାଇଥିଲେ । ସେ ପାଟି କରିବା ବେଳକୁ ଦୃତ ଗତିରେ ଚାଲିଯାଇଥିଲେ । ତୁରନ୍ତ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ପହଞ୍ଚି ଅନୁସନ୍ଧାନ କରିବା ସହ ନିକଟସ୍ଥ ଦୋକାନ ମାନଙ୍କରୁ ସିସିଟିଭି ଫୁଟେଜ ସଂଗ୍ରହ କରୁଛି । ତାହା ହସ୍ତଗତ ହେବାପରେ ତଦନ୍ତ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର