ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଏଟିଏମ୍‌ରୁ ମିଳିବ ଅଧିକ ଛୋଟ ନୋଟ୍‌, ୧୦୦ ଓ ୨୦୦ ଟଙ୍କିଆ ନୋଟ୍‌ ବଢ଼ାଇବାକୁ RBIର ନିର୍ଦ୍ଦେଶ

Published By : Prameya | April 30, 2025 3:13 PM

ନୂଆଦିଲ୍ଲୀ, ୩୦/୦୪ : ଆଗକୁ ଏଟିଏମ୍‌ଗୁଡ଼ିକରେ ଅଧିକ ଛୋଟ ନୋଟ୍‌ ମିଳିବ । ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ଅଧିକ ମାତ୍ରାରେ ଉପଲବ୍ଧ କରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେ, ଏଟିଏମ୍‌ରେ ଅଧିକରୁ ଅଧିକ ଛୋଟ ମୂଲ୍ୟାଙ୍କ ନୋଟ୍‌ ରଖାଯାଉ, ଯାହାଦ୍ୱାରା ଗ୍ରାହକଙ୍କ ଚିନ୍ତା ଦୂର ହେବ । ଏବେ ଏଟିଏମ୍‌ରୁ ଅଧିକ ମାତ୍ରାରେ ୫୦୦ ଟଙ୍କିଆ ନୋଟ୍‌ ବାହାରୁଛି । ଏଭଳି ସ୍ଥିତିରେ ଲୋକେ ଅସନ୍ତୁଷ୍ଟ । କାରଣ ଅଧିକାଂଶ ଲୋକଙ୍କୁ ଲୋଡ଼ା ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ । ଅଧିକ ଛୋଟ ମୂଲ୍ୟ ନୋଟ୍‌ ଉପଲବ୍ଧ କରାଇବା ପାଇଁ ଆର୍‌ବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କ ଏବଂ ହ୍ୱାଇଟ୍‌ ଲେବଲ୍‌ ଏଟିଏମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆର୍‌ବିଆଇ ଡେଡ୍‌ଲାଇନ୍‌ ବି ଜାରି କରିଛି । 

ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଦେଶାନୁସାରେ, ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ୭୫% ଏଟିଏମ୍‌ରେ ଅନ୍ୟୁନ ଗୋଟିଏ କ୍ୟାସେଟ୍‌ରେ ଏଭଳି ନୋଟ୍‌ ରହିବା ଦରକାର । ଅର୍ଥାତ୍‌ ଅଧିକାଂଶ ଏଟିଏମ୍‌ରେ ଏହି ନୋଟ୍‌ ମିଳିବ । ସେହିଭଳି ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୯୦% ଏଟିଏମ୍‌ରେ ଛୋଟ ମୂଲ୍ୟାଙ୍କ ନୋଟ୍‌ ବଡ଼ ମାତ୍ରାରେ ମିଳିବା ଦରକାର ବୋଲି ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ମେ’ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଯଦି ଜଣେ ଏଟିଏମ୍‌ରୁ ଅଧିକ ଟଙ୍କା ଉଠାଉଥାଆନ୍ତି ଏହା ତାଙ୍କୁ ମହଙ୍ଗା ପଡ଼ିବ । ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମ ବଦଳିବାକୁ ଯାଉଛି । ଅଧିକ ଥର ଟଙ୍କା ଉଠାଣ ଉପରେ ଅତିରିକ୍ତ ଶୁଳ୍କ ଲାଗୁ ହେବ । ପ୍ରତ୍ୟେକ ବ୍ୟାଙ୍କ ନିଜ ନିଜର ଫ୍ରୀ ଲିମିଟ୍‌ ଧାର୍ଯ୍ୟ କରିଛନ୍ତି । ଏହି ସୀମା ପରେ ଜଣେ ଟଙ୍କା ଉଠାଇଲେ ସେଥିପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ମାଗଣା ସୀମା ପରେ ପ୍ରତି ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ପିଛା ୨୩ ଟଙ୍କା ଶୁଳ୍କ ଦେବାକୁ ହେବ, ଯାହା ଏବେ ୨୧ ଟଙ୍କା ରହିଛି ।

ଏହି ଖବରଟିକୁ ପଢନ୍ତୁ- ରପ୍ତାନି ତଥ୍ୟ ଉପରେ ଯାଞ୍ଚ କଡ଼ାକଡ଼ି, ଭାରତରୁ ଛୁଞ୍ଚିଟିଏ ବି ଯିବନି ପାକିସ୍ତାନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.