ନୂଆଦିଲ୍ଲୀ,୧୮/୦୫: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଆର୍‌ବିଆଇ) ନୂଆ ୨୦ ଟଙ୍କିଆ ନୋଟ୍‌ ଜାରି କରିବ । ମହାତ୍ମାଗାନ୍ଧୀ (ନୂଆ)ସିରିଜ୍‌ରେ ଏହି ନୋଟ୍‌ଗୁଡ଼ିକ ଆସିବ ।  ଏଥିରେ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରାଙ୍କ ଦସ୍ତଖତ  ରହିବ । ବର୍ତ୍ତମାନ ପ୍ରଚଳନରେ ଥିବା ୨୦ ଟଙ୍କିଆ ନୋଟ୍‌  ଭଳି ନୂଆ ନୋଟ୍‌ଗୁଡିକ ରହିବ । ମାତ୍ର ଏଥିରେ କେବଳ  ଗଭର୍ଣ୍ଣରଙ୍କ ଦସ୍ତଖତ ଭିନ୍ନ ରହିବ । ଲୋକଙ୍କ ଚିହ୍ନିବା ଏବଂ ବ୍ୟବହାର କରିବାରେ ଯେଭଳି କୌଣସି ଦ୍ୱନ୍ଦ୍ୱ ନ ରୁହେ,  ସେ ଦିଗକୁ ଧ୍ୟାନରେ ରଖାଯାଇଛି । ସେହିଭଳି ପୂର୍ବରୁ ଜାରି  ହୋଇଥିବା ୨୦ ଟଙ୍କିଆ ନୋଟ୍‌ଗୁଡ଼ିକ ପ୍ରଚଳନ ଜାରି ରହିବ ବୋଲି ଆର୍‌ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।