ନୂଆଦିଲ୍ଲୀ,୧୮/୦୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ନୂଆ ୨୦ ଟଙ୍କିଆ ନୋଟ୍ ଜାରି କରିବ । ମହାତ୍ମାଗାନ୍ଧୀ (ନୂଆ)ସିରିଜ୍ରେ ଏହି ନୋଟ୍ଗୁଡ଼ିକ ଆସିବ । ଏଥିରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲ୍ହୋତ୍ରାଙ୍କ ଦସ୍ତଖତ ରହିବ । ବର୍ତ୍ତମାନ ପ୍ରଚଳନରେ ଥିବା ୨୦ ଟଙ୍କିଆ ନୋଟ୍ ଭଳି ନୂଆ ନୋଟ୍ଗୁଡିକ ରହିବ । ମାତ୍ର ଏଥିରେ କେବଳ ଗଭର୍ଣ୍ଣରଙ୍କ ଦସ୍ତଖତ ଭିନ୍ନ ରହିବ । ଲୋକଙ୍କ ଚିହ୍ନିବା ଏବଂ ବ୍ୟବହାର କରିବାରେ ଯେଭଳି କୌଣସି ଦ୍ୱନ୍ଦ୍ୱ ନ ରୁହେ, ସେ ଦିଗକୁ ଧ୍ୟାନରେ ରଖାଯାଇଛି । ସେହିଭଳି ପୂର୍ବରୁ ଜାରି ହୋଇଥିବା ୨୦ ଟଙ୍କିଆ ନୋଟ୍ଗୁଡ଼ିକ ପ୍ରଚଳନ ଜାରି ରହିବ ବୋଲି ଆର୍ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...