ନୂଆଦିଲ୍ଲୀ: ମଙ୍ଗଳବାର ଖେଳାଯିବ ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମୁକାବିଲା । ଗୁଜୁରାଟ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଯେଉଁ ଦଳ ଜିତିବ ସେହି ଟିମ୍ ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ ହାତେଇବ । ଯଦିଓ ହାରିବା ପରେ ଆଉ ଗୋଟିଏ ସୁଯୋଗ ରହିବ ତଥାପି ଆଜିର ମୁକାବିଲାରେ ବିଜୟୀ ହେବାକୁ ଉଭୟ ଦଳ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଆଜିର ମ୍ୟାଚରେ ଆଉ ଏକ ରୋମାଞ୍ଚକ ଦେଖିବାକୁ ମିଳିଛି । ବିରାଟ-ଗିଲ ଏବଂ ସାଇ ସୁଦର୍ଶନଙ୍କ ମଧ୍ୟ କଡ଼ା ଟକ୍କର ହେବାକୁ ଯାଉଛି ।

ସର୍ବାଧିକ ଚୌକା ପାଇଁ ହେବ ଲଢ଼େଇ । ଏହି ତିନି ଖେଳାଳି ଚଳିତ ସିଜିନରେ ଚୌକା ପାଇଁ ଲଢ଼େଇ ଜାରି ରଖିଥିବାବେଳେ ଆଜି ହେବ ଅସଲ ମୁକାବିଲା । ସାଇ ସୁଦର୍ଶନ ଏଯାବତ ୬୨ ଚୌକା ମାରିଥିବାବେଳେ ଗିଲ୍ ୫୭ ଚୌକା ମାରିଛନ୍ତି । ସେପଟେ ବିରାଟ କୋହଲି ୫୯ ଚୌକା ମାରିଛନ୍ତି । ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚରେ ଟପ୍ ହେବାକୁ ୩ ଖେଳାଳିଙ୍କ ମଧ୍ୟରେ ହେବ କଡ଼ା ଟକ୍କର ।

ଏହି ତିନି ଖେଳାଳି ସବୁବେଳେ ଚୌକା ଉପରେ ଅଧିକ ଫୋକସ କରିଥିବାବେଳେ ସଂଖ୍ୟା ପାଖାପାଖି ରହିଛି । ଏଣୁ ଟକ୍କର କଡ଼ା ହେବାକୁ ଯାଉଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ମ୍ୟାଚ ବିଜୟୀ ହେବା ପ୍ରମୁଖ ଲକ୍ଷ୍ୟ ରହିବ । ଏହି ତିନି ଖେଳାଳି ଚଳିତ ବର୍ଷ ଦମଦାର ଫର୍ମରେ ନଜର ଆସୁଥିବାବେଳେ ଏକାକି ମ୍ୟାଚ ଜିତାଇବାର ଦକ୍ଷତା ମଧ୍ୟ ରଖିଛନ୍ତି ।

ଏହାସହ ପଢ଼ନ୍ତୁ : IPL 2026 Qualifier 1: ଧର୍ମଶାଳାରେ ବେଙ୍ଗାଲୁରୁ-ଗୁଜରାଟ ହାଇଭୋଲଟେଜ୍ ମୁକାବିଲା, ଜିତିଲେ ଫାଇନାଲ, ହାରିଲେ...