PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରିୟଲ ଲାଇଫ ସିଙ୍ଘମ ହେଉଛନ୍ତି ଏହି ମହିଳା ପୋଲିସ ଅଧିକାରୀ, ଦୁଷ୍କର୍ମକାରୀକୁ ସୌଦିରୁ ଗିରଫ କରି ଭାରତ ଆଣିଲେ

ନୂଆଦିଲ୍ଲୀ,୧୮।୭: ଆମେ ଫିଲ୍ମରେ ଦେଖିଛୁ ଅପରାଧୀମାନେ ନିଜକୁ ବଞ୍ଚାଇବା ପାଇଁ ବିଦେଶ ପଳାଇ ଯାଆନ୍ତି କିମ୍ବା ଅଣ୍ଡର ଗ୍ରାଉଣ୍ଡ ହୋଇଯାଆନ୍ତି। ଏହାପରେ କେହି ପୋଲିସ ଅଫିସର ଅପରାଧୀକୁ ଖୋଜିକି ବାହାର କରନ୍ତି। ଠିକ୍ ଏଭଳି ଘଟଣା ରିୟଲ ଲାଇଫରେ କରି ଦେଖାଇଛନ୍ତି ଜଣେ ମହିଳା ଆଇପିଏସ ଅଧିକାରୀ। ସେ ହେଉଛନ୍ତି କେରଳର କୋଲ୍ଲମ ପୋଲିସ କମିଶନର ମୋରିନ ଜୋସେଫ୍। ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ସେ ସାଉଦି ଆରବର ରିୟାଦ ଚାଳିଯାଇଥିଲେ। ସେଠାରେ ଅପରାଧୀକୁ ଗିରଫ କରିବା ପରେ ଭାରତ ଫେରାଇ ଆରିଛନ୍ତି।

ମିଳିଥିବା ଖବର ଅନୁସାରେ, ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣକ ହେଉଛି ସୁନିଲ କୁମାର ଭଦ୍ରନ। ସେ କୋଲ୍ଲମରେ ରହୁଥିବା ବେଳେ ସୌଦି ଆରବର ଏକ ଟାଇଲ ଫ୍ୟାକ୍ଟ୍ରିରେ କାମ କରୁଥିଲା। ୨୦୧୭ରେ ସେ ଛୁଟିରେ କେରଳ ଆସିଥିବା ବେଳେ ନିଜ ସାଙ୍ଗର ୧୩ ବର୍ଷର ନାବାଳିକା ଭାଣେଜିକୁ  ଦୁଷ୍କର୍ମ କରିଥିଲା।

ଏହି ମାମଲାରେ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ପୋଲିସ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା, ସେତେବେଳକୁ ସୁନିଲ ଦେଶ ଛାଡି ସାରିଥିଲା। ଅନ୍ୟପକ୍ଷେ ଝିଅଟି ମଧ୍ୟ ଆତ୍ମହତ୍ୟା କରିନେଇଥିଲା। ଏହାପରେ ଝିଅଟିର ମାମୁଁ ପରିବାର ଲୋକଙ୍କୁ ସୁନିଲ କୁମାର ସମ୍ପର୍କରେ କହିଥିଲେ ଓ ନିଜେ ଆତ୍ମହତ୍ୟା କରିନେଇଥିଲେ।

ମୋରିନ ଜୋ​ସେଫ୍ ଜୁନ୍ ୨୦୧୯ରେ କୋଲ୍ଲମର କମିଶନର ଭାବରେ ଦାୟିତ୍ବ ନେବାପରେ ମହିଳା ଓ ଶିଶୁଙ୍କ ସମ୍ପର୍କିତ ଅପରାଧର ଲିଷ୍ଟ ମାଗିଥିଲେ। ତାଙ୍କୁ ଯେତେବେଳେ ଏହି ମାମଲା ସମ୍ପର୍କରେ ଜଣାପଡିଥିଲା ୨ ବର୍ଷ ପୂର୍ବରୁ ଇଣ୍ଟରପୋଲ ପକ୍ଷରୁ ନୋଟିସ ଇସ୍ୟୁ କରାଯାଇ ସାରିଛି। ସାଧାରଣ ଲୋକଙ୍କ ଭିତରେ ଏହି ମାମଲାକୁ ନେଇ ଖୁବ୍ ଅସନ୍ତୋଷ ରହିଥିଲା, ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

୨୦୧୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ସୌଦି ରାଜା ଅବଦୁଲା ଏକ ପ୍ରତ୍ୟର୍ପଣ ଚୁକ୍ତି ସାକ୍ଷର କରିଥିଲେ। ଏହାକୁ ବ୍ୟବହାର କରିବା ପାଇଁ ମୋରିନ ଗତ ରବିବାର ସୌଦି ଆରବ ଯାଇ ପହଁଞ୍ଚିଥିଲେ। ସେଠାରେ ଯିବାପରେ କ’ଣ ହେବ, କିଛି ଜଣା ନଥିଲା। ଅନେକ ଗୁଡିଏ କାଗଜପତ୍ର କାମ ​‌ଶେଷ କରିବା ପରେ ଅଭିଯୁକ୍ତକୁ ପ୍ରତ୍ୟର୍ପଣ କରି ଭାରତ ଆଣିବାରେ ସଫଳ ହୋଇଥିଲେ ମୋରିନ। ଏହା ପୂର୍ବରୁ ଆଇପିଏସ ଅଫିସରମାନେ ଏହି ମାମଲାରେ ନିଜର ଜୁନିୟରଙ୍କୁ ପଠାଉଥିଲେ କିନ୍ତୁ କେହି ନିଜେ ଯାଇନଥିଲେ। ସେଠାକୁ ଯିବା ପରେ ଜଣାପଡିଥିଲା ସୁନିଲ କୁମାର ସୌଦି ଜେଲରେ ଅଛି। ସେ ହେଉଛି ପ୍ରଥମ ଅଭିଯୁକ୍ତ ଯାହାକୁ କେରଳରେ ଅପରାଧ କରିବା ନେଇ ପ୍ରତ୍ୟର୍ପଣ କରାଯାଇଛି।