ଭୁବନେଶ୍ୱର,୧୭/୦୧: ଦେଶର ସର୍ବବୃହତ୍ ଦୂରସଞ୍ଚାର ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟ୍ଫର୍ମସ ଲିମିଟେଡ୍ର ନେଟ ଲାଭ ୨୦୨୫- ୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୧.୩% ବୃଦ୍ଧି ପାଇ ୭୬୨୯ କୋଟି ଟଙ୍କା ହୋଇଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳରେ ଏହି ସୂଚନା ଦିଆଯାଇଛି । ଜିଓ ପ୍ଲାଟ୍ଫର୍ମସର ଡିଜିଟାଲ ସେବା ମୋଟ ରାଜସ୍ୱ ଗତବର୍ଷ ସମାନ ଅବଧି ତୁଳନାରେ ୧୨.୭% ବୃଦ୍ଧି ପାଇ ୪୩,୬୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି ।
ଡିସେମ୍ବର ୨୦୨୫ ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୫୧ କୋଟି ୫୩ ଲକ୍ଷ ଅତିକ୍ରମ କରିବା ସହିତ ଜିଓ ୫ଜି ଗ୍ରାହକ ସଂଖ୍ୟା ୨୫ କୋଟି ୩୦ ଲକ୍ଷ ଅତିକ୍ରମ କରିଥିବା କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି । ସେହିଭଳି ଜିଓ ଫିକ୍ସଡ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୨.୫୩ କୋଟି ଅତିକ୍ରମ କରିଛି । ଜିଓଏୟାରଫାଇବର ଏକ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବାରେ ବିଶ୍ୱର ପ୍ରଥମ ଏଫ୍ଡବ୍ଲ୍ୟୁଏ ସେବା ପ୍ରଦାନକାରୀ ହେବାର ଗୌରବ ହାସଲ କରିଛି । ଡିସେମ୍ବର ଶେଷ ସୁଦ୍ଧା ଜିଓଏୟାର୍ଫାଇବର ଗ୍ରାହକ ସଂଖ୍ୟା ୧୧ କୋଟି ୧୫ ଲକ୍ଷ ଅତିକ୍ରମ କରିଛି । ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୈମାସରେ ଜିଓର ପ୍ରତି ଗ୍ରାହକ ପିଛା ମାସିକ ଡାଟା ବ୍ୟବହାର ଗତବର୍ଷ ସମାନ ସମୟ ତୁଳନାରେ ୩୪% ବୃଦ୍ଧି ସହିତ ୪୦.୭ ଜିବିକୁ ବୃଦ୍ଧି ପାଇଛି । ଏହି ତ୍ରୈମାସରେ ଜିଓ ପକ୍ଷରୁ ଜିଓଜେମିନି ଅଫର ଆରମ୍ଭ କରାଯାଇଛି ଏବଂ ସମସ୍ତ ଅସୀମିତ ୫ଜି ଉପଭୋକ୍ତାଙ୍କ ପାଇଁ ଏହାକୁ ମାଗଣା ଉପଲବ୍ଧ କରାଯାଇଛି ।
ରିଲାଏନ୍ସ ଜିଓ ଇନ୍ଫୋକମର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନୀ କହିଛନ୍ତି, "ଜିଓ ଭାରତୀୟ ଉପଭୋକ୍ତାଙ୍କ ପାଖରେ ବିଶ୍ୱର ସର୍ବୋତ୍ତମ ପ୍ରଯୁକ୍ତି ପ୍ଲାଟଫର୍ମ ଉପଲବ୍ଧ କରାଇବା ସହିତ ଭାରତର ଡିଜିଟାଲ୍ କ୍ରାନ୍ତିର ବାହକ ହୋଇଛି । ଆଜି ଘୋଷଣା କରାଯାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ତ୍ରୈମାସିକ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ଗତବର୍ଷ ସମାନ ଅବଧି ତୁଳନାରେ ୧୦% ବୃଦ୍ଧି ପାଇ ୨,୯୩,୮୨୯ କୋଟି ଟଙ୍କା ହୋଇଛି ।