PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଏୟାର ଷ୍ଟ୍ରାଇକ ପରେ ଭାରତ-ପାକିସ୍ତାନ ପରସ୍ପରକୁ କ୍ଷେପଣାସ୍ତ୍ର ଆକ୍ରମଣ ଧମକ ଦେଇଥିଲେ

ନୂଆଦିଲ୍ଲୀ,୧୭।୩:​‌ ପୁଲଓ୍ବାମାରେ ସିଆରପିଏଫ୍ କନଭୟ ଉପରେ ଆତ୍ମଘାତୀ ଆକ୍ରମଣ, ଏହାର ଜବାବରେ ବାଲକୋଟରେ ଜୈଶର ସବୁଠାରୁ ବଡ ଆତଙ୍କୀ ଆଡ୍ଡାକୁ ଭାରତୀୟ ବାୟୁସେନା ଧ୍ବଂସ କରିବା ପରେ ଦୁଇ ଦେଶ ଯୁଦ୍ଧ କରିବାର ପ୍ରସ୍ତୁତିରେ ଥିଲେ। ଏପରିକି ଭାରତ-ପାକିସ୍ତାନ ପରସ୍ପରକୁ କ୍ଷେପଣାସ୍ତ୍ର ଆକ୍ରମଣ ଧମକ ଦେଇଥିଲେ। କିନ୍ତୁ ଆମେରିକାର ହସ୍ତକ୍ଷେପ ପରେ ବଡ ସଂଘର୍ଷର ବିପଦ ଟଳି ଯାଇଥିଲା। ଏ ବିଷୟରେ ନ୍ୟୁଜ ଏଜେନ୍ସି ରୟଟର୍ସ ପକ୍ଷରୂ ନିଜ ରିପୋର୍ଟରେ ପ୍ରକାଶ କରାଯାଇଛି।

source: https://hindi.newsroompost.com

ରୟଟର୍ସର ୫ଟି ସୁତ୍ରରୁ ମିଳିଥିବା ରିପୋର୍ଟରେ କୁହାଯାଇଛି ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟଙ୍କ ସମେତ ଆମେରିକାର ଅଧିକାରୀଙ୍କ ହସ୍ତକ୍ଷେପ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବଡଧରଣର ଯୁଦ୍ଧ ଟଳି ଯାଇଥିଲା। ପାଶ୍ଚାତ୍ୟ ଦେଶର ରାଷ୍ଟ୍ରଦୂତ ଓ ନୂଆଦିଲ୍ଲୀ, ଇସଲାମାବାଦ ଏବଂ ଓ୍ବାଶିଂଟନ ସ୍ଥିତ ସରକାରୀ ସୁତ୍ର କହିଛନ୍ତି ଏଭଳି ଏକ ସମୟରେ ଭାରତ ପାକିସ୍ତାନ ଉପରେ ଅତି କମରେ ୬ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିବାର ଧମକ ଦେଇଥିଲା। ଯବାବରେ ପାକିସ୍ତାନ ଭାରତକୁ ୩ ଗୁଣା ଅଧିକ କ୍ଷେପଣାସ୍ତ୍ର ମାଡ କରିବାର ଧମକ ଦେଇଥିଲା।

source: https://hindi.newsroompost.com

ବାଲକୋଟରେ ହୋଇଥିବା ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାର ପରଦିନ ଅର୍ଥାତ ୨୭ ଫେବୃଆରୀରେ ଯେତେବେଳେ ପାକିସ୍ତାନ ଓ ଭାରତର ଯୁଦ୍ଧ ବିମାନ ମଧ୍ୟରେ ସଂଘର୍ଷ ହୋଇଥିଲା ସେତେବେଳେ ବିବାଦ ବେଶ୍ ଅଧିକ ବଢି ଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନାର ପାଇଲଟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ହୋଇଥିଲେ।

source: https://hindi.newsroompost.com

ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ମୁଖ୍ୟ ଆସିଫ ମୁନୀରଙ୍କୁ ଫୋନ୍ କରିଥିଲେ। ଡୋଭାଲ ଚେତାବନୀ ଦେଇଥିଲେ ଅଭିନନ୍ଦନ ପାକିସ୍ତାନ କବଜାରେ ଥିଲେ ମଧ୍ୟ ଭାରତ ନିଜର ନୂତନ ଆତଙ୍କବାଦୀ ନିରୋଧୀ ଅଭିଯାନରୁ ପଛକୁ ହଟିବ ନାହିଁ। ଡୋଭାଲ ମୁନୀରଙ୍କୁ କହିଥିଲେ ଭାରତର ଲଢେଇ ସେହି ଆତଙ୍କବାଦୀ ସଂଗଠନ ଗୁଡିକ ସହ ରହିଛି ଯାହା ପାକିସ୍ତାନୀ ମାଟିରେ ଖୁଲମଖୁଲା ଭାବରେ ବୁଲୁଛନ୍ତି।

source: https://hindi.newsroompost.com

ପାକିସ୍ତାନ ସରକାରଙ୍କ ଜଣେ ମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ଜଣେ ପାଶ୍ଚାତ୍ୟଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିଲେ ଯେ, ପାକିସ୍ତାନରେ ଭାରତ ଚିହ୍ନିତ କରିଥିବା ସ୍ଥାନ ଗୁଡିକରେ ୬ଟି କ୍ଷେପଣାସ୍ତ୍ର ମାଡ କରିବ। ତେବେ ସୁତ୍ରରୁ ମିଳିଥିବା ଖବରେ ଏହା ସ୍ପଷ୍ଟ ହୋଇପାରିନାହିଁ ଯେ କିଏ କାହାକୁ କ’ଣ ଧମକ ଦେଇଥିଲା ଓ ଫୋନ୍ କଲ କିଏ ରିସିଭ କରିଥିଲା। କିନ୍ତୁ ପାକିସ୍ତାନୀ ମନ୍ତ୍ରୀ ଜଣକ କହିଥିଲେ ସେ ସମୟରେ ଦୁଇଦେଶର ଗୁଇନ୍ଦା ଏଜେନ୍ସି ଜଣେ ଅନ୍ୟ ଜଣକଙ୍କ ସମ୍ପର୍କରେ ଥିଲେ ଓ ଏବେ ମଧ୍ୟ ରହିଛନ୍ତି।

source: https://hindi.newsroompost.com

ରୟଟର୍ସ ପକ୍ଷରୁ ଡୋଭାଲଙ୍କ କାର୍ଯ୍ୟାଳୟକୁ ଏନେଇ ମନ୍ତବ୍ୟ ଦେବାକୁ ଫୋନ୍ କରାଯାଇଥିଲା। କିନ୍ତୁ କିଛି ଉତ୍ତର ଆସିନଥିଲା। ତେବେ  ଏହାର ଉତ୍ତରରେ ପାକିସ୍ତାନର ଏକ ସରକାରୀ ଅଧିକାରୀ କହିଛନ୍ତି ଭାରତ ଏହି କଥା ଜାଣିନି ଯେ  ପାକିସ୍ତାନକୁ କୌଣସି ଧମକ ଦିଆଯାଇଛି। ପାକିସ୍ତାନୀ ସେନା, ମୁନୀର କିମ୍ବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କିଛି ଏନେଇ କିଛି ସୂଚନା ଦେଇନାହାନ୍ତି। ୨୮ ଫେବୃଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କହିଥିଲେ ଆଶା କରୁଛି ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଖୁବ୍ ଶୀଘ୍ର ଶେ​‌ଷ ହେବ। ଠିକ୍ ସେ ଦିନ ମଧ୍ୟାହ୍ନରେ ଇମ୍ରାନ୍ ଖାନ୍ ପାକିସ୍ତାନ ସଂସଦରେ ଘୋଷଣା କରିଥିଲେ ଯେ ଭାରତୀୟ ପାଇଲଟଙ୍କୁ ମୁକ୍ତ କରାଯିବ। ତା ପରଦିନ ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିଥିଲା।