ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜାନୁଆରୀ ୮ ରେ ପ୍ରବାସୀ ଭାରତୀୟ ଦିବସ, ପ୍ରତିକ୍ରିୟା ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Published By : Krishna Priya | December 10, 2024 12:59 PM

ଭୁବନେଶ୍ୱର ୧୦/୧୨: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ଯାଏ ହେବାକୁ ଯାଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା। ସେ କହିଛନ୍ତି, ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ  ହାଇ ପାୱାର କମିଟିରେ ବୈଠକ ଶେଷ ହୋଇଛି । ଆମର ସୌଭାଗ୍ୟ  ଯେ ଚଳିତଥର ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ । ଓଡ଼ିଶା ଅତିଥି ଦେବୋ ଭବରେ ବିଶ୍ୱାସ କରେ ।  ନୂଆ ବର୍ଷ ନୂଆ ଉଦ୍ଦୀପନା ଦେବ । ପର୍ଯ୍ୟଟନ ବିଭାଗ ରହିବାର ବ୍ୟବସ୍ଥା ଦେଖୁଛି । ଓଡ଼ିଶାକୁ ସାଂସ୍କୃତିକ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଦେଖେଇବାକୁ   ଆମେ ଚେଷ୍ଟା କରିବୁ ।

ସେ  ଆହୁରି କହିଛନ୍ତି, ସୁରକ୍ଷା  ଠୁ ନେଇ  ରହିବା, ବୁଲିବା ସବୁ ଦାୟିତ୍ୱ ପର୍ଯ୍ୟଟନ ବିଭାଗର । ଭୁବନେଶ୍ୱର ସମେତ କଟକ, ପୁରୀ, କୋଣାର୍କ, ଚିଲିକା, ରତ୍ନଗିରି, ଲଳିତଗିରି, ଚଉଷଠି ଯୋଗିନୀ ,ବେଳାଭୂମି, ଖଣ୍ଡଗିରୀ ଏବଂ ଉଦୟଗିରି, ଚିଲିକା ବର୍ ଫେଷ୍ଟିଭାଲ  ଭଳି ସବୁ ସ୍ଥାନରେ ଭିତ୍ତିଭୂମି ସାଜଡ଼ିଛୁ । ପ୍ରବାସୀମାନେ ବୁଲିବାକୁ ଯିବା ପାଇଁ ସବୁଠି ପ୍ରସ୍ତୁତି ହୋଇଛି।  ଯେତେ   ପ୍ରବାସୀ ରେଜିଷ୍ଟ୍ରେସନ କରିବେ   ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି । ଚଳିତ ଥର ନୂଆକରି  ହୋମ ଷ୍ଟେ ବ୍ୟବସ୍ଥା ହୋଇଛି । ୩୦୦ ପାଖାପାଖି ରୁମ୍   ଏବେ ସୁଦ୍ଧା ପ୍ରସ୍ତୁତ ରହିଛି । ଲୋକଙ୍କ ଘରେ ଅତିଥି ରହିବେ । ଯେଉଁମାନେ ରହିବେ ନିଜ ଘରେ ଅତିଥିଙ୍କୁ ରଖିବା ପାଇଁ ପର୍ଯ୍ୟଟନ ବିଭାଗର ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ ।  ଯାହା ଦ୍ଵାରା ଲୋକଙ୍କ  ରୋଜଗାର ବଢିବ । ଟୁରିଜିମ ବିଭାଗ  ସବୁ ଦାୟିତ୍ୱ ତୁଲାଇବ ।

ତେବେ ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ଯାଏ ହେବାକୁ ଥିବା ୧୮ତମ ପ୍ରବାସୀ  ଭାରତୀୟ ଦିବସର ଥିମ୍‌ ରହିଛି ‘ଡାଏସ୍‌ପୋରାସ୍‌ କଣ୍ଟ୍ରିବ୍ୟୁସନ୍‌ ଟୁ ଏ ବିକଶିତ  ଭାରତ’ । ଏଥିରେ ବିଦେଶରେ ରହୁଥିବା ପ୍ରାୟ ୧୦ହଜାର ପ୍ରବାସୀ ଭାରତୀୟ ସାମିଲ  ହେବେ । ଏହି ମେଗା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ ।   କାର୍ଯ୍ୟକ୍ରମ ଅବସରରେ ଯୁବବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ହେବ । କେନ୍ଦ୍ର  କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।  ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଦେଶର ବିକାଶ ଓ ଅଭିବୃଦ୍ଧିରେ ଅବଦାନ ଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରବାସୀ  ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । 

କାର୍ଯ୍ୟକ୍ରମ ପାଇଁ  କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ବିଶ୍ୱସ୍ତରରେ   ପ୍ରଚାରପ୍ରସାର କରିବାକୁ ଯୋଜନା ହୋଇଛି । ବିଶେଷ କରି ବିଦେଶରେ ରହୁଥିବା  ଯୁବବର୍ଗଙ୍କୁ ଦେଶ ବିକାଶରେ ଯୋଡ଼ିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି । ଇଡ୍‌କୋ ଏମ୍‌ଡି ଶ୍ରୀ ପୁନିଆ କହିଛନ୍ତି, ପ୍ରବାସୀ ଭାରତୀୟ  ଦିବସକୁ ସଫଳ କରିବାକୁ ରାଜ୍ୟ ସରକାର କାମ କରୁଛନ୍ତି । ଏଥିପାଇଁ ସବୁ ବିଭାଗ ନିଜ   ଭିତରେ ସମନ୍ୱୟ ରଖି କାମ କରିବେ । ସାରା ବିଶ୍ୱରୁ ଅତିଥିମାନେ ଆସିବେ । ସେମାନେ  କିଭଳି ସୁବିଧାରେ ରହିବେ ଓ ସହର ଭିତରେ ଯାତାୟାତ କରିବେ ସେଥିପାଇଁ ବ୍ୟାପକ  ବନ୍ଦୋବସ୍ତ କରାଯିବ । ଟ୍ରାଫିକ୍‌ ପରିଚାଳନାକୁ ଆହୁରି ବ୍ୟବସ୍ଥିତ କରାଯିବ । ଏହାକୁ ସଫଳ  କରି ଓଡ଼ିଶାର ସଫଳତା ତାଲିକାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛୁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.