ଭୁବନେଶ୍ଵର, ୩୧/୧୨ : ଲୋକସେବା ଭବନରେ ପ୍ରବେଶ ପାଇଁ ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ସ୍ଵୀକୃତି ଓ ଅଣସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣେ ଲେଖାଏଁ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଭାବେ ସୂଚନା ମିଳିଛି। 

କୋଭିଡ୍ ପାଇଁ ଲୋକସେବା ଭବନରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗାଇଥିଲେ ପୂର୍ବ ସରକାର। ନୂଆ ସରକାର ଆସିବା ପରେ କେବଳ ଗୋଟିଏ ଦିନ ପାଇଁ ଲୋକସେବା ଭବନରେ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଏହାପରେ ପୁଣି ବନ୍ଦ କରି ଦିଆଯାଇଥିଲା। ଏବେ ସାମ୍ବାଦିକଙ୍କ ପାଇଁ କଟକଣା ହଟିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।