ମୁମ୍ବାଇ,୧୬/୫ : IPL ୨୦୨୬ର ୫୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ଓ୍ବିକେଟରେ ହରାଇଛି । ଏହାପରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ସ୍ଲୋ ଓଭର ପକାଇବା ଲାଗି ଜରିମାନା ଲାଗିଛି । ଏହି ମ୍ୟାଚରେ ପନ୍ତ ବ୍ୟାଟିଂ କରିପାରି ନ ଥିଲେ, ଦଳ ୨୦ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା।
ଆଇପିଏଲ୍ ଦ୍ବାରା ଜାରି କରାଯାଇଥିବା ମନ୍ତବ୍ୟରେ କୁହାଯାଇଛି, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ସମୟରେ ତାଙ୍କ ଦ୍ବାରା ସ୍ଲୋ ଓଭର ଜାରି ରଖିବା ନେଇ ଜରିମାନା ଲଗାଯାଇଛି । ପନ୍ତଙ୍କ ଉପରେ ୧୨ଲକ୍ଷର ଜରିମାନା ଲାଗିଛି । ସେହିଭଳି ଆଗକୁ କୁହାଯାଇଛି କି, ଆଇପିଏଲର ଆଚାର ସଂହିତା ଅନୁଚ୍ଛେଦ ୨.୨୨ମାଧ୍ୟମରେ ଯାହା ନ୍ୟୁନତମ ଓଭର ରେଟ୍ ସହ ଯୋଡ଼ି ହୋଇଥିବା ଅପରାଧ ସହ ସମ୍ବନ୍ଧିତ ଅଛି, ଏହା ତାଙ୍କ ଟିମର ଏହି ସଂସ୍କରଣର ପ୍ରଥମ ଅପରାଧ ଥିଲା । ଏଥିଲାଗି ଋଷଭ ପନ୍ତଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।
ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଥିଲେ। ସଞ୍ଜୁ ସାମସନ୍ ୨୦ରନ୍ ଏବଂ ଋତୁରାଜ ଗାୟକୱାଡ଼ ୧୩ରନ୍ କରି ଆଉଟ୍ ହୋଇଥିଲେ । ଉର୍ଭିଲ ପଟେଲ ମଧ୍ୟ ମାତ୍ର ୬ରନ୍ କରିପାରିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା କାର୍ତ୍ତିକ ଶର୍ମା ୪୨ ବଲ୍ରେ ୭୧ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଶେଷରେ, ଶିବମ୍ ଦୁବେ ୧୬ ବଲ୍ରେ ୩୨ରନ୍ କରି ସ୍କୋରକୁ ୧୮୭ରନ୍ରେ ପହଞ୍ଚାଇଥିଲେ।
ଏହି ଟାର୍ଗେଟର ପିଛା କରି, ମିଚେଲ ମାର୍ଶ ଏବଂ ଜୋଶ ଇଙ୍ଗ୍ଲିସଙ୍କ ଓପନିଂ ଯୋଡ଼ି ଶତକୀୟ ଭାଗୀଦାରି ସହ ଲକ୍ଷ୍ନୌକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ମାର୍ଶ ୩୮ବଲ୍ ରେ ୭ଛକ୍କା ଏବଂ ୯ ଚୌକା ସାହାଯ୍ୟରେ ୯୦ରନ୍ କରିଥିଲେ । ସେ ରନ ଆଉଟ୍ ହୋଇଥିଲେ। ୧୭ତମ ଓଭରର ଆରମ୍ଭ ୪ବଲରେ ୪ଛକ୍କା ମାରି ନିକୋଲସ ପୂରନ ଟିମ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥିଲେ।