ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୁମ୍ବାଇ ଟେଷ୍ଟରେ ଇତିହାସ ରଚିଲେ ପନ୍ତ, ଏହି ରେକର୍ଡରେ ହେଲେ ସାମିଲ

Published By : Harapriya Biswal | November 2, 2024 5:19 PM

ମୁମ୍ବାଇ,୦୨/୧୧ : ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ପାୱାରଫୁଲ ସାବ୍ୟସ୍ତ ହୋଇଛନ୍ତି ଋଷବ ପନ୍ତ । ଭାରତର ଷ୍ଟାର ବ୍ୟାଟର ତଥା ୱିକେଟକିପର ପନ୍ତଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡି ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଖେଳାଳି ହୋଇଛନ୍ତି  ସେ । ୱାଙ୍ଖେଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ ।

ମ୍ୟାଚର ଦ୍ବିତୀୟ ଦିନରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ପନ୍ତ । ମାତ୍ର ୩୬ଟି ବଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ଖେଳାଳି ହୋଇଛନ୍ତି ପନ୍ତ ।  ତୃତୀୟ ଟେଷ୍ଟ ମ୍ୟାଚରେ ଦ୍ବିତୀୟ ଦିନରେ ଭାରତ ମୋଟ ୪ଟି ୱିକେଟ ହରାଇ ସଂଙ୍କଟରେ ପଡି ଯାଇଥିଲା । ଏହା ପରେ ପନ୍ତ ଓ ଗିଲ ଦଳର ସ୍କୋରକୁ ଆଗକୁ ନେଇଥିଲେ । ମାତ୍ର ୩୬ଟି ବଲରେ ୫୯ ରନ କରିଥିଲେ ଋଷବ । ମୋଟ ୫୯ ବଲରେ ୬୦ ରନ କରି ଦଳକୁ ମଜବୁତ ସ୍କୋରରେ ପହ଼଼ଞ୍ଚାଇଥିଲେ । ପନ୍ତଙ୍କ ଷ୍ଚ୍ରାଇକ ରେଟ ୧୦୧.୬୯ ରହିଛି ।

ପୂର୍ବରୁ ଏହିରେ ରେକର୍ଡ ଓପନର ଜସ୍ବସୀ ଯଶୱାଲଙ୍କ ନାମରେ ରହିଥିଲା । ଦ୍ବିତୀୟ ଟେଷ୍ଟ ମ୍ୟାଚରେ କ୍ବିୱି ଦଳ ବିପକ୍ଷରେ ଜସ୍ବସୀ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଖେଳାଳି ହୋଇଥିଲେ ।

ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ ୨୬୩ରନରେ ଅଲଆଉଟ ହୋଇଥିଲେ । ଏହା ପରେ କ୍ବିୱି ଦଳ ପାଳି ଆରମ୍ବ କରିଥିଲା । ଖବର ଲେଖା ହେବା ସୁଦ୍ଦା ନ୍ୟୁଜିଲାଣ୍ଡ ୧୬୮ ରନ କରି ୮ଟି ୱିକେଟ ହରାଇ ସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.