ନୂଆଦିଲ୍ଲୀ,୧୩/୦୩; ଆଇପିଏଲର ଅବ୍ୟବହିତ ପୂର୍ବରୁ ୱିକେଟ୍ କିପର ବ୍ୟାଟର ରିଷଭ ପନ୍ତ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ସେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ସ୍ୱତନ୍ତ୍ର ଅଭ୍ୟାସ କରୁଛନ୍ତି । ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ରହିଛନ୍ତି । ଗତ ବର୍ଷ ଦଳ ଭଲ ପ୍ରଦର୍ଶନ କରି ନଥିଲା । ଏମିତି ବି ନିଜେ ପନ୍ତ ଫର୍ମରେ ନାହାନ୍ତି । ତେଣୁ ସେ ଯୁବରାଜଙ୍କ ସହାୟତା ଲୋଡ଼ିଛନ୍ତି । ଯୁବରାଜ ତାଙ୍କ ଅଭ୍ୟାସ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଗତ ବର୍ଷ ଆଇପିଏଲରେ ପନ୍ତ ୧୪ଟି ମ୍ୟାଚ ଖେଳିଥିଲେ । କିନ୍ତୁ ସେ ମାତ୍ର ୨୬୯ ରନ କରିଥିଲେ । ସର୍ବାଧିକ ସ୍କୋର ଥିଲା ୧୧୮ ରନ୍ ଏବଂ ଷ୍ଟ୍ରାଇକ ରେଟ୍ ୧୩୩.୧୬ ରହିଥିଲା । ୨୦୧୬ରୁ ଆଇପିଏଲରେ ପଦାର୍ପଣ କରିବା ଦିନରୁ ପନ୍ତଙ୍କର ଏହା ସବୁଠୁ ଦୁର୍ବଳ ପ୍ରଦର୍ଶନ ଥିଲା । ଭାରତ ଗତ ୮ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଚାମ୍ପିଅନ ହୋଇଥିଲା । କିନ୍ତୁ ପନ୍ତ ଏହି ଦଳରେ ସାମିଲ ରହିନଥିଲେ । ଦିନିକିଆରେ ଲୋକେଶ ରାହୁଲଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର ବ୍ୟାଟର ରଖାଯାଇଛି ।
ପନ୍ତଙ୍କୁ ମୁମ୍ବାଇର ଏକ ଛୋଟ ଶିବିରରେ ପୂର୍ବତନ ଭାରତୀୟ ବ୍ୟାଟର ଯୁବରାଜ ସିଂହଙ୍କ ଅଧୀନରେ ତାଲିମ ନେଉଥିବାର ଭିଡିଓ ଦେଖିବାକୁ ମିଳିଛି । ପନ୍ତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ 'ଇନଷ୍ଟାଗ୍ରାମ'ରେ ଭିଡିଓ ସେୟାର କରିଛନ୍ତି । ପନ୍ତଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପାଇଁ ଖେଳିବେ । ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ବ୍ୟାଟିଂ କରିବା ସମୟରେ ପନ୍ତ ମାଂସପେଶୀରେ ଆଘାତ ଲାଗିଥିଲା । ପନ୍ତ ଗତ ଗୋଟିଏ ବର୍ଷ ଧରି ଆଘାତ ଯୋଗୁଁ କଷ୍ଟ ପାଉଛନ୍ତି । ଏହା ସହିତ, ସେ ଭାରତୀୟ ଦଳରେ ଲଗାତାର ଏଣ୍ଟ୍ରୀ ଏବଂ ବାହାରେ ରହି ଆସୁଛନ୍ତି । ପନ୍ତ ଭାରତ ପାଇଁ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୭ ଅଗଷ୍ଟ ୨୦୨୪ରେ ଖେଳିଥିଲେ । ସବୁଠାରୁ ଛୋଟ ଫର୍ମାଟରେ, ସେ ୨୮ ଜୁଲାଇ ୨୦୨୪ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ ।
ଏହା ବି ପଢନ୍ତୁ...ଆସିଲା ଆଇପିଏଲ୍ ପାଇଁ ବିସିସିଆଇ ଗାଇଡ଼ ଲାଇନ୍,ଗୋଟିଏ ପିଚ୍ରେ ଅଭ୍ୟାସ କରିବେନି ଦୁଇ ପ୍ରତିପକ୍ଷ ଦଳ
ଭିଡିଓରେ ପନ୍ତ ଯୁବରାଜ ସିଂହଙ୍କ ତତ୍ତ୍ୱାବଧାନରେ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖାଯାଉଛି । ପନ୍ତ ଭଲ ଲୟରେ ଅଛନ୍ତି, ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ସଟ୍ ମାରୁଛନ୍ତି । ଭିଡିଓରେ ଯୁବରାଜ ଅମ୍ପାୟାରଙ୍କ ସ୍ଥାନରେ ଠିଆ ହୋଇ ପନ୍ତଙ୍କ ବ୍ୟାଟିଂ ଦେଖୁଛନ୍ତି ଏବଂ ତାଙ୍କୁ ପରାମର୍ଶ ଦେଉଛନ୍ତି । ଯୁବରାଜଙ୍କ ନେତୃତ୍ୱରେ ପନ୍ତଙ୍କ ସେସନ୍ ଆଧୁନିକ ହ୍ୱାଇଟ୍ ବଲ୍ କ୍ରିକେଟରେ ସଫଳ ହେବା ପାଇଁ ଦକ୍ଷତା ଉପରେ ଧ୍ୟାନ ଦେଇଛନ୍ତି । ୨୦୨୪ ଟି-୨୦ ବିଶ୍ୱକପ୍ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର ଅଂଶ ଥିବା ପନ୍ତ, ୨୦୨୫ ଆଇପିଏଲରେ ରନ ପାଇଁ ସଂଘର୍ଷ କରିଥିଲେ । ପନ୍ତ ୧୪ ମ୍ୟାଚ୍ ରେ ୧୩୩ ର ସାଧାରଣ ଷ୍ଟ୍ରାଇକ୍ ରେଟ୍ ସହିତ ମାତ୍ର ୨୬୯ ରନ୍ କରିପାରିଥିଲେ । ପନ୍ତଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟ ନିରାଶାଜନକ ପ୍ରଦର୍ଶନ କରିଥିଲା, ୧୪ ମ୍ୟାଚରୁ ମାତ୍ର ୬ଟି ଜିତିଥିଲା। ଲକ୍ଷ୍ନୌ ଆଇପିଏଲ ୨୦୨୫ ନିଲାମରେ ପନ୍ତଙ୍କୁ ୨୭ କୋଟିରେ ସାଇନ୍ କରିଥିଲା ।