PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଇସ୍କନ୍‌ ପହଞ୍ଚିଲେ ଋଷି ସୁନକ; ପତ୍ନୀ ଅକ୍ଷତାଙ୍କ ସହିତ ପାଳିଲେ ଜନ୍ମାଷ୍ଟମୀ

Image Courtesy: Live Hindustan

ନୂଆଦିଲ୍ଲୀ,,୧୮/୦୮: ବ୍ରିଟେନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତିଙ୍କ ସହିତ ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେଇଥିଲେ। ସେ ତାଙ୍କ ପତ୍ନୀଙ୍କ ସହିତ ଏକ ଫଟୋ ଟ୍ୱିଟ୍ କରିଛନ୍ତି। ସେମାନେ ଜନ୍ମାଷ୍ଟମୀ ପାଳନ କରିବା ପାଇଁ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ ଚେତନା (ISKCON) ର ବ୍ରିଟେନର ମୁଖ୍ୟାଳୟ ଭକ୍ତଦେବନ୍ତ ମନୋର ମନ୍ଦିରରେ ପହଞ୍ଚିଥିଲେ। ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦୌଡ଼ରେ ସୁନାକ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଜ ଟ୍ରସଙ୍କ ପଛରେ ରହିଥିବା ନଜର ଆସିଛନ୍ତି।

ବ୍ରିଟେନ୍‌ରେ ବୋରିସ୍ ଜନସନଙ୍କ ସରକାର ସମୟରେ ଅର୍ଥ ମନ୍ତ୍ରୀ ଥିବା ଋଷି ସୁନକ ଲେଖିଛନ୍ତି, ଆଜି ମୁଁ ନିଜ ପତ୍ନୀ ଅକ୍ଷତାଙ୍କ ସହିତ ଭକ୍ତି ବେଦାନ୍ତ ମନୋର ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରିବାକୁ ଯାଇଥିଲି। ଏହି ମନ୍ଦିର ଭଗବାନ କୃଷ୍ଣଙ୍କ ଜନ୍ମଦିନକୁ ପାଳନ କରିବାରେ ଲୋକପ୍ରିୟ ହିନ୍ଦୁ ମନ୍ଦିର।

ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚାଲିଥିବା ନିର୍ବାଚନରେ ଋଷି ସୁନକ ଏବଂ ପୂର୍ବତନ ବୈଦେଶିକ ସଚିବ ଲିଜ୍ ଟ୍ରସଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। କଞ୍ଜରଭେଟିଭ୍ ସାଂସଦଙ୍କ ଭୋଟିଂ ସମୟରେ ସୁନକ ସବୁଠୁ ଆଗରେ ଥିଲେ ମାତ୍ର ତାଜା ଘଟଣାକ୍ରମରେ ସେ ଦୌଡରେ ବହୁତ ପଛରେ ପଡି ଯାଇଛନ୍ତି। ସଂପ୍ରତି ଲିଜ୍ ଟ୍ରସ ସୁନକଙ୍କଠୁ ୩୨ ପ୍ରତିଶତ ପଏଣ୍ଟ ଆଗରେ ରହିଛନ୍ତି। ରୟଟର୍ସ ଅନୁଯାୟୀ, ଭୋଟିଂରେ ଟ୍ରସ ୬୬ ପ୍ରତିଶତ ଏବଂ ସୁନକ ୩୪ ପ୍ରତିଶତରେ ରହିଛନ୍ତି। ବ୍ରିଟେନକୁ ଆଗାମୀ ସେପ୍ଟେମ୍ବର ୫ ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀ ମିଳିଯିବ।

ସମ୍ବନ୍ଧିତ ଖବର