ବଙ୍ଗୋମୁଣ୍ଡା,୨୩/୧୦: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର୍ ଧକ୍କାରେ ପିକ୍ଅପ୍ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ହେଲେ ବଲାରପାଲି ଗାଁର ପୁର୍ଣ୍ଣଚନ୍ଦ୍ର ନନ୍ଦ ।
ସୂଚନା ମୁତାବକ, ପିକ୍ଅପ୍ ଗାଡିର ଚାଳକ ବଲାଙ୍ଗୀର ପଟୁ ଆସୁଥିବା ବେଳେ ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ରାସ୍ତା ଉପରେ ଚାଳକ ଗାଡ଼ି ଅଟକାଇ ପରିଶ୍ରା କରୁଥିଲେ । ସେହି ସମୟରେ ସେହି ରାସ୍ତା ଦେଇ କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଥାନା ବେଲପଡାର ବିଜୟ ମେହେରଙ୍କ ପରିବାର ଲୋକେ କାର୍ ଯୋଗେ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ଏଥିସହ ପିକ୍ଅପ୍ ଗାଡିକୁ ପୁଲିସ ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ଅଟକ ରଖିଛି ।