ଖନ୍ତାପଡ଼ା,୧୫/୧୦: ଭାରସାମ୍ୟ ହରାଇ ଓଲଟିଲା ଦୀପ ତେଲ ବୋଝେଇ ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚିତାପଦା ରାସ୍ତା ୧୬ ନଂ ଜାତୀୟ ରାଜପଥଲରେ ଏହି ଘଟଣା ଘଟିଛି। 

ସୂଚନା ମୁତାବକ, ଆଜି ସକାଳୁ ଭଦ୍ରକରୁ ଭୋଗରାଇ ଅଭିମୁଖେ ଏକ ଦୀପ ତେଲ ବୁଝେଇ  ପିକଅପ ଭ୍ୟାନ  ଯାଉଥିଲା। ହେଲେ ଯିବା ସମୟରେ ଭ୍ୟାନର ଆଗ ଚକ ଟାୟାର ଫାଟି ଯିବାରୁ ନିୟନ୍ତ୍ରଣ ହରାଇ ଭ୍ୟାନଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଖନ୍ତାପଡ଼ା ଥାନାକୁ ଅବଗତ କରିଥିଲେ ।ଏଥିସହ ଗାଡି ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରହିଛି।