ନରସିଂହପୁର ୨୩/୧୧ : ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ। ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା । ଥାନାରେ ଅଭିଯୋଗ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ।
କଟକ ଜିଲ୍ଲା କାନପୁର ଥାନା ଅଧୀନ ହଟିଆପଲ୍ଲୀ ଗ୍ରାମର କୈଳାସ ଚନ୍ଦ୍ର ପୃଷ୍ଟିଙ୍କ ଘରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୬ ରୁ ୭ ଜଣ ଦୁର୍ବୃତ୍ତ ଝରକା ଭାଙ୍ଗି କୈଳାସଙ୍କ ଘରେ ପଶିଥିଲେ। କୈଳାଶ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ୧୮ ଲକ୍ଷ ଟଙ୍କା ସହ ସୁନା ଗହଣା ଚୋରି କରି ନେଇଥିଲେ। ଯାହାପରେ ଉଭୟ ପତି-ପତ୍ନୀ କାନପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ଚୋରି ସମୟର ସିସିଟିଭି ଫୁଟେଜ ମଧ୍ୟ ପୁଲିସର ହସ୍ତଗତ ହୋଇଛି। ଡଗ ସ୍କ୍ୱାଡ଼ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି କାନପୁର ଥାନା ଅଧିକାରୀ ତପନ ନାୟକ।