ରାଜଗାଙ୍ଗପୁର,୨୮/୧୧ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ରାଣୀବନ୍ଧ ନିକଟରେ ଥିବା ହକି ପଡ଼ିଆରେ ଗତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ୫ଜଣ ଡକାୟତଙ୍କୁ ରାଜଗାଙ୍ଗପୁର ପୁଲିସ ଗିରଫ କରିଛି । ପୁଲିସ ଚଢଉବେଳେ ଗିରଫ ଜଣେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ କର୍ମଚାରୀଙ୍କ ସତର୍କତା ଯୋଗୁଁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଗିରଫ ଡକାୟତଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଏକ ଖଣ୍ଡା, ଛୁରି, ୫ଟି ମୋବାଇଲ ଫୋନ, ଏକ ସ୍କୁଟି ସହ ନଗଦ ୭ହଜାର ୬ଶହ ୪୦ଟଙ୍କା ଜବତ କରାଯିବା ସହ ଡକାୟତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।