ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେବେ ବୋନି କପୁରଙ୍କ ଝିଅ ଅଶୁଂଲା କପୁର । ରୋହନଙ୍କ ସହ ପଡ଼ିବ ହାତଗଣ୍ଠି । ବିବାହ ପୂର୍ବରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାତା ଚୌକି କାର୍ଯ୍ୟକ୍ରମ ହୋଇଥିବାବେଳେ ତାଙ୍କ ଭାବି ସ୍ବାମୀଙ୍କ ସହ ନାଚିଥିଲେ ଅଶୁଲା । ଏହି ଉତ୍ସବରେ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ମାତା କି ଚୌକି କାର୍ଯ୍ୟକ୍ରମରେ ପରିବାର ଲୋକେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଶୁଂଲା ।
ଅଂଶୁଲା ସୋସିଆଲ ଭିଡିଓରେ ଏହାର ଭିଡିଓ ସେୟାର କରିଥିବାବେଳେ ଭାବି ସ୍ବାମୀ ରୋହନ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି । ଏହାସହ ସେ ତାଙ୍କର କେୟାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଉଭୟ ଉଭୟ ଚାହିଁ ରହୁଥିବାବେଳେ ସେମାନଙ୍କ ଭଲ ପାଇବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହାସହ ଅଂଶୁଲାଙ୍କ କପାଳକୁ କିସ୍ କରିବା ସହ ନିଜର ଭଲ ପାଇବାକୁ ପ୍ରକାଶ କରିଛନ୍ତି ରୋହନ । ସେ ଭିଡିଓ ପୋଷ୍ଟ କରିଥିବାବେଳେ ଏଥିରେ ଲେଖିଛନ୍ତି କି, ମୁଁ ଜୀବନ ପାଇଁ ଏତିକି ଚାହିଁଛି ।
ସେପଟେ ଅଂଶୁଲାଙ୍କ ଏହି ପୋଷ୍ଟରେ ୟୁଜର୍ସମାନେ ଅଜସ୍ର ଭଲ ପାଇବା ଦେଇଛନ୍ତି । ଏହି ଭିଡିଓକୁ ଲାଇକ କରିବା ସହ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏଯାବତ ସେମାନଙ୍କ ବିବାହ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିବାବେଳେ କମେଣ୍ଟରେ ୟୁଜର୍ସମାନେ ବିବାହ ତାରିଖ ସମ୍ପର୍କରେ ପଚାରିଛନ୍ତି । ସେପଟେ ଆମେ ଯଦି ରୋହନଙ୍କ ସମ୍ପର୍କରେ କହିବା ତାହେଲେ ସେ ହେଉଛନ୍ତି ଜଣେ ଚିତ୍ରନାଟ୍ୟ ନିର୍ଦେ୍ଦଶକ ।
ଏହାସହ ପଢ଼ନ୍ତୁ : Amitabh Bachchan Paheli: ଯେବେ ବିଗ୍-ବି ଫେରାଇଥିଲେ କିଙ୍ଗଖାନଙ୍କ ଚେକ୍, ଅମିତାଭ କହିଲେ ଏହା ପଛର ସତ