ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନ ଏବଂ ଶାହରୁଖଙ୍କ ସମ୍ପର୍କ ସମସ୍ତଙ୍କୁ ବେଶ ଭଲଭାବେ ଜଣା । ଉଭୟ ନିଜର ବଳିଷ୍ଠ ଅଭିନୟ ପାଇଁ ଢ଼େରସାରା ଲୋକପ୍ରିୟତା ହାସଲ କରିଥିବାବେଳେ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସର୍ବଦା ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥାନ୍ତି । ତେବେ ଶାହାରୁଖ ଖାନ ଦେଇଥିବା ଏକ ଚେକକୁ ଫେରାଇ ଦେଇଥିଲେ ବିଗ୍- ବି । ତେବେ ସେ କାହିଁକି ଫେରାଇଥିଲେ ଏହାର କାରଣ ଏକ ଇଣ୍ଟଭିୟ୍ୟୁ ସମୟରେ କହିଛନ୍ତି ।

୨୦୦୫ ମସିହାରେ ଶାହାରୁଖ ଏବଂ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ପହେଲୀ’ ପରଦାକୁ ଆସିଥିଲା । ଯାହାକି ଶାହାରୁଖଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲ୍ଲିଜ୍ ଦ୍ବାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ ଅମିତାଭ ବଚ୍ଚନ । ସେ ମାତ୍ର ୩ ଦିନର ସୁଟିଂ କରିଥିଲେ । ଯାହାକୁ ନେଇ ଏକ ଫୁଲତୋଡ଼ା ଭିତରେ ଏକ ଚେକ୍ ଦେଇଥିଲେ ଶାହରୁଖ । ଏହାକୁ ଦେଖିବା ପରେ ଫେରାଇ ଦେଇଥିଲେ ଅମିତାଭ ।

ଶାହାରୁଖ ଅମିତାଭଙ୍କୁ ଧନ୍ୟବାଦ ଜଣାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ । ଏକ ଫୁଲତୋଡ଼ା ନେଇଥିବାବେଳେ ଏହା ଭିତରେ ଚେକ ରଖିଥିଲେ । ଯାହାକୁ ଦେଖିବା ପରେ ବିଗ୍ ବି ଫେରାଇ ଦେଇଥିଲେ । ସେ କହିଥିଲେ ତୁମେ ମୋ ପରିବାର ସଦସ୍ୟ । ମୁଁ ତୁମଠାରୁ କଣ ଟଙ୍କା ନେବି । ମୋତେ ଯେତେବେଳେ ଅଭିନୟ କରିବା ପାଇଁ କହିଥିଲେ ମୁଁ ରାଜି ହୋଇଥିଲି । ଆଉ ଟଙ୍କା ନେବାକୁ ମନା କରିଥିଲି ବୋଲି ପ୍ରକାଶ କରିଛନ୍ତି । ଛୋଟ ଛୋଟ କାମ ଆମେ ଆମ ବନ୍ଧୁଙ୍କ ପାଇଁ କରୁ ଏଥିପାଇଁ କଣ ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ ।

ସେପଟେ ୨୦୦୫ ମସିହାରେ ରିଲିଜ ହୋଇଥିବା ଏହି ସିନେମାଟି ଫ୍ଲପ୍ ହୋଇଥିଲା । ଏହା ବକ୍ସ ଅଫିସରେ ବିଫଳ ହୋଇଥିଲା । ମାତ୍ର ଯେତେବେଳେ ଟେଲିଭିଜନରେ ରିଲିଜ୍ ହେଲା ଏହା ଅଧିକ ସଫଳତା ପାଇଥିଲା । ଦର୍ଶକମାନେ ଏହାକୁ ଭଲ ପାଇବା ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅମିତାଭ ଏକ ମେଷପାଳକର ଭୂମିକା ନିଭାଇଛନ୍ତ । ସେ ୩ଦିନର ସୁଟିଂ କରିଥିଲେ । ମାତ୍ର ପାରିଶ୍ରମିକ ନେଇନଥିଲେ ।

ଏହାସହ ପଢ଼ନ୍ତୁ : Love Case: ବିବାହ ପୂର୍ବରୁ ସ୍ବାମୀଙ୍କ ପାଖରେ ପହଞ୍ଚିଲା ଅଶ୍ଲୀଳ ଫଟୋ-ଭିଡିଓ, ଜୀବନ ହାରିଲେ ପରିବାର