ICC test ranking: ଭାରତୀୟ ଖେଳାଳିଙ୍କ ଦବଦବା ଜାରି, ଟପ୍ ୧୦ରେ ବିରାଟ-ରୋହିତ

ନୂଆଦିଲ୍ଲୀ ୨୫/ ୦୫: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ (ଆଇସିସି) ଦ୍ବାରା ସଦ୍ୟ ପ୍ରକାଶିକ ବ୍ୟାଟର୍ ରାଙ୍କିଂର ଟପ୍ ୧୦ରେ ଦୁଇ ଭାରତୀୟ ଖେଳାଳୀ ରହିଛନ୍ତି । ଭାରତୀୟ ଟେଷ୍ଟ ଟିମ୍ ଅଧିନାୟକ ରୋହିତ ଶର୍ମା ୮ମ ସ୍ଥାନରେ ଥିବାବେଳେ ୧୦ମ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ।
ଟେଷ୍ଟ ବ୍ୟାଟର୍ ତାଲିକାରେ ୮୯୨ ପଏଣ୍ଟ ସହ ପ୍ରଥମରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର୍ ମାର୍ନସ୍ ଲାବୁସେନ୍ । ସେହିଭଳି ଆଉ ଜଣେ କଙ୍ଗାରୁ ବ୍ୟାଟର୍ ଷ୍ଟିଭ୍ ସ୍ମିଥ୍ ୮୪୫ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ, ନ୍ୟୁଜିଲାଣ୍ଡର କେନ୍ ଓ୍ବିଲିୟମସନ୍ ୮୪୪ ପଏଣ୍ଟ ସହ ତୃତୀୟ, ଇଂଲଣ୍ଡର ଜୋ ରୁଟ୍ ୪ର୍ଥ, ପାକିସ୍ତାନର ବାବର ଆଜମ୍ ୫ମ, ଶ୍ରୀଲଙ୍କାର ଦିମୁଥ୍ କରୁଣାରତ୍ନେ ୬ଷ୍ଠ, ଅଷ୍ଟ୍ରେଲିଆର ଉସମାନ୍ ଖାଓ୍ବାଜା ୭ମ, ଅଷ୍ଟମରେ ରୋହିତ ଶର୍ମା, ୯ମ ରେ ଟ୍ରେଭିସ୍ ହେଡ୍ ଏବଂ ୧୦ମ ରେ ରହିଛନ୍ତି ବିରାଟ କୋହଲି ।
ସେହିଭଳି ଟେଷ୍ଟ ବୋଲିଂ ତାଲିକାରେ ୯୦୧ ପଏଣ୍ଟ ସହିତ ଅଷ୍ଟ୍ରଲିଆର ପ୍ୟାଟ୍ କମିନ୍ସ ପ୍ରଥମରେ ରହିଛନ୍ତି । ଦ୍ବିତୀୟରେ ୮୫୦ ପଏଣ୍ଟ ସହ ଭାରତ ରବିଚନ୍ଦ୍ରନ ଅଶ୍ବିନ, ୮୩୦ ପଏଣ୍ଟ ସହ ତୃତୀୟରେ ଯଶପ୍ରୀତ ବୁମରାହ ରହିଛନ୍ତି । ସେହିଭଳି ଅଲରାଉଣ୍ଡର ତାଲିକାରେ ଦବଦବା ଜାରି ରଖିଛନ୍ତି ଅଶ୍ବିନ ଏବଂ ଜାଡେଜା । ରବିନ୍ଦ୍ର ଜାଡେଜା ୩୮୫ ପଏଣ୍ଟ ସହିତ ଅଲରାଉଣ୍ଡର ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଶ୍ବିନ୍ ୩୪୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
