• ନୂଆଘରେ ରହିବେ କି ରୋହିତ ?
  • ରିତିକା କିଣିଲେ ନୂଆ ଆପାର୍ଟମେଣ୍ଟ
  • ଘରର ଦାମ କରିଦେବ ଆଶ୍ଚର୍ଯ୍ୟ

ମୁମ୍ବାଇ; /୧ : ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଖେଳାଳି ରୋହିତ ଶର୍ମା । ହିଟମ୍ୟାନ ନିଜର ବଡ଼ ବଡ଼ ସଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହିଟମ୍ୟାନ ନିଜର ଖେଳ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଥିବା ଏହି ମହାନ କ୍ରିକେଟର ଏବେ କେବଳ ଦିନିକିଆରେ ଖେଳ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ହିଟମ୍ୟାନଙ୍କ ପତ୍ନୀ ରିତିକା ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । କୋଟି କୋଟି ଟଙ୍କା ବିନିମୟରେ ରିତିକା ମୁମ୍ବାଇରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି । 

ମୁମ୍ବାଇର ଆହୁଜା ଟାଓ୍ବାର୍ସରେ ନିଜର ନୂଆ ଆପାର୍ଟମେଣ୍ଟ କିଣିଛନ୍ତି । ଯାହାର ମୂଲ୍ୟ ରହିଚି ୨୬ କୋଟି ୩୦ ଲକ୍ଷ ଟଙ୍କା । ହିସେମ୍ବର ୧୨ ତାରିଖରେ ସେ ଏଥିପାଇଁ ପଞ୍ଜିକୃତ କରିଛନ୍ତି । ଏହି ଘରଟି ୨୭୬୦,୪୦ ବର୍ଗଫୁଟ ରହିଛି । ଯେଉଁଥିରେ ତିନୋଟି କାର ପାର୍କିଂ ପାଇଁ ମଧ୍ୟ ସୁବିଧା ରହିଛି । ତେବେ ସେ ଏହି ଆପାର୍ଟମେଣ୍ଟଟି ଆଜିଙ୍କ୍ୟା ଡିଓ୍ବାଇ ପାଟିଲ ଏବଂ ପୂଜାଙ୍କଠାରୁ କିରିଛନ୍ତି । ସେ କିରିଥିବା ସ୍ଥାନରୁ ଯୋଗାଯୋଗର ସୁବିଧା ଭଲ ରହିଛି । ତେବେ​‌ ଆଇପିଏଲରେ ରୋହିତଙ୍କ ଦରମାଠାରୁ ରୋହିତଙ୍କ ନୂଆ ଘରର ଦାମ ଅଧିକ ରହିଛି । ତେବେ ପୂର୍ବରୁ ମଧ୍ୟ ଘର କିଣିବାରେ ଟଙ୍କା ବ୍ୟୟ କରିଛନ୍ତି ରୋହିତ ।

​​​​​​​

ରୋହିତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରହିଛନ୍ତି । ଟି-୨୦ ବିଶ୍ବକପ ଏବଂ ଚାମ୍ପିୟନ୍ସ ଟ୍ରଫି ଭାରତକୁ ଜିତାଇଛନ୍ତି ରୋହିତ । ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ସେ ଅବସର ଘୋଷଣା କରିସାରିଥିବାବେଳେ କେବଳ ଦିନିକିଆ ଖେଳୁଛନ୍ତି । ହିଟମ୍ୟାନ ଦିନିକିଆରେ ତିନୋଟି ଦ୍ବିାତକ ହାସଲ କରି ନିଆରା ରେକର୍ଡ ଅର୍ଜନ କରିଛନ୍ତି । ବିସିସିଆଇ ତାଙ୍କୁ ବାର୍ଷିକ ଭଲ ଦରମା ଦେଉଛି । ଏହାସହ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଖେଳୁଛନ୍ତି ରୋହିତ । ଆଇପିଏଲ ସାଙ୍ଗକୁ ଅନେକ ବ୍ରାଣ୍ଡର ବିଜ୍ଞାପନରୁ ମଧ୍ୟ ରୋହିତ ଭଲ ରୋଜଗାର କରିଥାନ୍ତି ।