ନୀଳଗିରି,୨୧/୭(ଆ.ପ୍ର): ଖେଳୁଥିବା ବେଳେ ଅଘଟଣ। ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ୍ୟୁ ଘଟିଛି। ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଛତ୍ରପୁର ପଞ୍ଚାୟତ ମଧୁପୁରିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁଦ୍ବୟ ହେଲେ ଦାସରଥି ହାସଦାଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଦୀପକ ହାସଦା ଓ ସୁନାରାମ ହାସଦାଙ୍କ ୧୫ ମାସର ଶିଶୁକନ୍ୟା ସୁବିକସା

ଉଭୟ ଶିଶୁ ପାଖ ପଡୋଶୀ ଘର ପାଖରେ ଖେଳୁଥିଲେ।ପରେ ଘର ପାଖରେ ଥିବା ଗାଡ଼ିଆରେ ଅସାବଧାନତା କାରଣରୁ ପଡି ଯାଇଥିଲେ।ଉଭୟଙ୍କୁ ପରିବାର ଲୋକ ବହୁ ଖୋଜାଖୋଜି କରି ଗଡିଆରୁ ଉଦ୍ଧାର କରିବା ପରେ ବରମପୁର ମେଡ଼ିକାଲ କୁ ଅଣାଯାଇଥିଲା।ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।ବରମପୁର ପୋଲିସ ଏସଆଇ ମନୋରଞ୍ଜନ ପୁହାଣ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ଜବତ କରିଛନ୍ତି। ଆସନ୍ତାକାଲି ବ୍ୟବଛେଦ ପାଇଁ ନୀଳଗିରି ହସ୍ପିଟାଲ ପଠାଯାଇଛି।ଏଭଳି ଏକ ଅଘଟଣ ପାଇଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢନ୍ତୁ : ରାଜ୍ୟରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ନିବେଶ ହେବ ୪୫୭୩ କୋଟି ଟଙ୍କା