ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

‘କର ବା ମର’ ମ୍ୟାଚ୍‌ରେ ଆରସିବିର ବଡ଼ ସ୍କୋର, ଚେନ୍ନାଇ ସୁପର କିଙ୍ଗ୍ସକୁ ୨୧୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଆରସିବି

Image Courtesy: cricbuzz

ବେଙ୍ଗାଲୁରୁ: ଏମ. ଚିନାସ୍ବାମୀ ଷ୍ଟାଡିୟମରେ ହାଇଭୋଲଟେଜ୍‌ ମ୍ୟାଚ୍‌ । କର ବା ମର ମ୍ୟାଚ୍‌ରେ ଆରସିବି ବଡ଼ ସ୍କୋର କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆରସିବି ୨୧୮ ରନ୍‌ କରିଛି । ଆଜିର ମ୍ୟାଚ୍‌ର ବିରାଟ କୋହଲି ଫାଫ ଡୁ ପ୍ଲେସିସ୍‌ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଦଳର ସ୍କୋର ଧିମା ପଡ଼ିଥିଲା । ଏହା ପରେ ଆରସିବି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲେ । ଶେଷ ୨୦ ଓଭର ଶେଷ ସୁଦ୍ଧା ୫ ଓ୍ବିକେଟ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୧୮ ରନ୍‌ କରିଛି । ଏହା ସହ ଚେନ୍ନାଇକୁ ୨୧୯ ରନର୍‌ ବିଜୟ ଲକ୍ଷ୍ୟ ଦେଇଛି ଆରସିବି । 

ମ୍ୟାଚ୍ ଜିତି ପ୍ଲେ ଅଫ୍‌ରେ ପ୍ରବେଶ ପାଇଁ ଚେନ୍ନାଇ ସାମ୍ନାରେ ୨୧୯ ରନର ବିଜୟ ଲକ୍ଷ୍ୟ ରହିଛି । ମ୍ୟାଚ୍‌ ହାରିଲେ ମଧ୍ୟ ଚେନ୍ନାଇ ୨୦୧ ରନ କଲେ ଟପ୍-୪ରେ ପହଞ୍ଚିଯିବ । ଅନ୍ୟପଟେ ବେଙ୍ଗାଲୁରୁକୁ ପ୍ଲେ ଅଫକୁ ଯିବାକୁ ହେଲେ ମ୍ୟାଚକୁ ୧୮ ରନରେ ଜିତିବାକୁ ପଡ଼ିବ ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୬୮ ତମ ମ୍ୟାଚ୍‌ରେ ଉଭୟ ଚେନ୍ନାଇ ଏବଂ ବେଙ୍ଗାଲୁରୁ ପାଇଁ କର ବା ମର ପରିସ୍ଥିତି । ଆଜିର ମ୍ୟାଚ୍‌ ଯିଏ ଜିତିବ ସେହି ଟିମ୍‌ ପ୍ଲେଅଫ୍‌କୁ ଯିବ । ଆଜି ଟସ୍‌ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ସେପଟେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବେଙ୍ଗାଲୁରୁ ଦୁଇ ଓପନର ବିରାଟ କୋହଲି ଏବଂ ଫାଫ ଡୁପ୍ଲେସି ଭଲ ସ୍କୋର କରିଥିଲେ । ବିରାଟ କୋହଲି ୨୯ ବଲ୍‌ରେ ୪୭ ରନ୍‌ କରି ଡାରିଲ ମିଚେଲଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।   ଡୁପ୍ଲେସସି୍‌ ସାମାନ୍ୟ ଧିମା ଖେଳିଥିଲେ ହେଁ ୫୪ ରନ କରିଥିଲେ । ସେହିଭଳି ରଜତ ପାଟିଦାର (୪୧), କ୍ୟାକେରନ୍‌ ଗ୍ରୀନ୍‌ (୩୮), ଦିନେଶ କାର୍ତ୍ତିକ (୧୪), ଗ୍ଲେନ୍‌ ମ୍ୟାକ୍ସଓ୍ବେଲ (୧୬)ଙ୍କ ବଳରେ ଟିମ୍‌ ୨୧୮ ରନ୍‌ ବଡ଼ ସ୍କୋର କରିଛି । 

 ଅନ୍ୟପଟେ ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ତୁଷାର ଦେଶପାଣ୍ଡେ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ତେବେ ଆଜି ବେଙ୍ଗାଲୁରୁ ୧୮ ରନ୍ ବ୍ୟବଧାନରେ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ । ଆଉ ଚେନ୍ନାଇ ୨୦୧ ରନ୍‌ କଲେ ପ୍ଲେଅଫକୁ ଯିବ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.