ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପଶ୍ଚିମବଙ୍ଗରେ ପୁଣି ଇଣ୍ଡି ମେଣ୍ଟରେ ଅସହମତି, ଉପନିର୍ବାଚନ ଲାଗି ପ୍ରାର୍ଥୀ ଦେଲା କଂଗ୍ରେସ

Image Courtesy: hindustantimes

କୋଲକାତା: ଇଣ୍ଡି ମେଣ୍ଟରେ ଏକାଠି କିନ୍ତୁ ନିର୍ବାଚନ ଲଢ଼ିବା ବେଳେ ବିବାଦ । ନିକଟରେ ସଂପନ୍ନ ହୋଇଥିବା ଲୋକସଭା ନିର୍ବାଚନରେ ଟିଏମସି ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନ ଲଢ଼ିବାକୁ ନେଇ ମତଭେଦ ଦେଖାଦେଇଥିଲା।  ଇଣ୍ଡି ମେଣ୍ଟକୁ ସମର୍ଥନ କରୁଥିଲେ ସୁଦ୍ଧା ମମତା ବାନାର୍ଜୀଙ୍କ ଦଳ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିଥିଲା । ଫଳରେ ଏଠାରେ କଂଗ୍ରେସ କୌଣସି ପ୍ରାର୍ଥୀ ଦେଇପାରିନଥିଲା । କିନ୍ତୁ ରାଜ୍ୟରେ ଜୁଲାଇରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଆଉ ପୁରୁଣା ଭୁଲକୁ ଦୋହରାଇବାକୁ ଚାହୁଁନାହିଁ । 

ଦୁଇ ବିଧାନସଭା ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ରାୟଗଞ୍ଜ ଆସନରୁ କଂଗ୍ରେସ ମୋହିତ ସେନଗୁପ୍ତା ଏବଂ ଅନୁସୂଚତି ଜାତି ଲାଗି ସଂରକ୍ଷିତ ଆସନ ବାଗଦାରୁ ଅଶୋକ ହଲଦରଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା କରିବା ସହ କଂଗ୍ରେସ ସ୍ପଷ୍ଟ କରିଛି ଯେ, ଆଗାମୀ ଉପନିର୍ବାଚରେ ବେଙ୍ଗଲରେ ଟିଏମସି ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ।  ଲୋକସଭା ନିର୍ବାଚନ ସମୟରେ ଇଣ୍ଡି ମେଣ୍ଟରେ ସାମିଲ ସବୁ ଦଳ ସ୍ପଷ୍ଟ କରିଥିଲେ ଯେ, ଦେଶରେ ଏକାଠି ରହିବେ ହେଲେ ରାଜ୍ୟରେ ଅଲଗା ଅଲଗା ନିର୍ବାଚନ ଲଢ଼ିବା ଉପରେ ବିଚାର ହେବ । ଏଭଳି ସ୍ଥିତି ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଦେଖିବାକୁ ମିଳିଥିଲା । ବିଧାସଭାନ ଉପନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଜୋରଦାର ଟକ୍କର ଦେଇଛି । ଫଳରେ ବିଜେପି ନିଜ ଦମରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନାହିଁ । କିନ୍ତୁ ଏନଡିଏ ବହୁମତ ହାସଲ କରିବା ସହ ଦେଶରେ ତୃତୀୟ ଥର ଲାଗି ନରେନ୍ଦ୍ର ମୋଦୀ ସରକାର ଗଠନ ହୋଇଛି । ସେପଟେ ଇଣ୍ଡି ମେଣ୍ଟ ପକ୍ଷରୁ ବାରମ୍ବାର ଦାବି କରାଯାଉଛି ଯେ, ନିବନିର୍ମିତ ଏନଡିଏ ସରକାର ବେଶୀ ଦିନ ତିଷ୍ଠିପାରିବ ନାହିଁ ।  

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.