ବେଙ୍ଗାଲୁରୁ,୧୫/୦୪: ଆଇପିଏଲ୍ ୨୦୨୬ର ୨୩ତମ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଆରସିବି। ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ। ଉଭୟ ଚଳିତ ଆଇପିଏଲରେ ୪ଟି ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି। ଆରସିବି ୩ଟି ଜିତିଥିବା ବେଳେ ଲକ୍ଷ୍ନୌ ୨ ଟି ମ୍ୟାଚ ଜିତିଛି। ଆରସିବି ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି। ଯଦି ଆଜି ବେଙ୍ଗାଲୁରୁ ମ୍ୟାଚ୍ ଜିତେ, ତେବେ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବ। ଉଭୟଙ୍କ ମଧ୍ୟରେ ପୂର୍ବବର୍ଷ ଗୋଟିଏ ଥର ମ୍ୟାଚ୍ ହୋଇଥିଲା, ଏଥିରେ ଆରସିବି ଜିତିଥିଲା। କେଉଁଠି ନା କେଉଁଠି ଲକ୍ଷ୍ନୌକୁ ଏହାର ଦଳ ସନ୍ତୁଳନ କରିବାର ଆବଶ୍ୟକତା ରହିଛି। ଆରସିବିର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ଭଲ ରହିଛି। ଆଜି ବିରାଟ କୋହଲି ପ୍ଲେଇଂ ଇଲେଭେନରେ ସାମିଲ ନାହାଁନ୍ତି। ସେ ଇମ୍ପାକ୍ଟ ପ୍ଲେୟାର ତାଲିକାରେ ଅଛନ୍ତି। ନିମ୍ନଲିଖିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଇମ୍ପାକ୍ଟ ପ୍ଲେୟାର ହେବେ: ବିରାଟ କୋହଲି, ଭେଙ୍କଟେଶ ଆୟର, ଜୋର୍ଡାନ କକ୍ସ, କନିଷ୍କ ଚୌହାନ, କିମ୍ବା ମଙ୍ଗେଶ ଯାଦବ।

ଲକ୍ଷ୍ନୌର ଚୁଡ଼ାନ୍ତ ଏକାଦଶ:

ଏଡେନ ମାର୍କ୍ରମ, ମିଚେଲ ମାର୍ଶ, ଋଷଭ ପନ୍ତ (ୱିକେଟ୍ କିପର / କ୍ୟାପଟେନ), ନିକୋଲାସ ପୁରଣ, ଆୟୁଷ ବଦୋନି, ଅବଦୁଲ ସମାଦ, ମୁକୁଲ ଚୌଧୁରୀ, ମହମ୍ମଦ ଶାମି, ଆଭେଶ ଖାନ, ଦିଗେଶ ସିଂହ ରାଠୀ ଏବଂ ପ୍ରିନ୍ସ ଯାଦବ।

ବେଙ୍ଗାଲୁରୁର ଚୁଡ଼ାନ୍ତ ଏକାଦଶ:

ଫିଲିପ ସଲ୍ଟ, ଦେବଦତ୍ତ ପାଡିକଲ, ରଜତ ପାଟିଦାର (କ୍ୟାପଟେନ୍), ଜିତେଶ ଶର୍ମା (ଓ୍ବିକେଟ କିପର), ଟିମ୍ ଡେଭିଡ, ରୋମାରିଓ ସେଫର୍ଡ, କୃଣାଳ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଜୋସ୍ ହେଜେଲଉଡ୍, ଶୁୟସ ଶର୍ମା, ରଶିଖ ସଲାମ ଡର