ଭୁବନେଶ୍ୱର,୨୫/୦୨: ଖଣି ଉପ-ନିର୍ଦ୍ଦେଶକଙ୍କ ଘରୁ ମିଳିଲା ୪ କୋଟି ନଗଦ। ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରୁ ଚଢ଼ାଉ ବେଳେ ମିଳିଛି ଏହି ନଗଦ ଟଙ୍କା । ଗତକାଲି ଦେବବ୍ରତ ୩୦ ହଜାର ଟଙ୍କା ଲାଞ୍ଚ ନେବବେଳେ ଧରିଥିଲା ଭିଜିଲାନ୍ସ । ତେବେ ଘରେ ଚଢାଉ ବେଳେ ୪ କୋଟି ଟଙ୍କାର ନଗଦ ମିଳିଥିବା ବେଳେ ସେହି ଟଙ୍କାକୁ ଟ୍ରଲି ବ୍ୟାଗ ଓ ଆଲମିରାରେ ରଖିଥିଲେ ଅଧିକାରୀ।

ଆହୁରି ପଢନ୍ତୁ- ରାଜ୍ୟରେ ହାତୀ ମୃତ୍ୟୁ ଉଦ୍ବେଗଜନକ : ୪ ବର୍ଷ ହେଲା ବର୍ଷକୁ ମରୁଛନ୍ତି ୮୧ ହାତୀ

 

 

​​​​​​​ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି। ସେହିପରି ୧୩୦ ଗ୍ରାମ୍ ସୁନା ଓ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟରେ ନିର୍ମିତ ଏକ ଦୁଇ ମହଲା କୋଠା ଠାବ ହୋଇଛି। ପ୍ରକାଶ ଥାଉକି,୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ କୋଇଲା ଖଣି ବ୍ୟବସାୟୀଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା।ଲାଞ୍ଚ ନେଇ ଧରା ପଡ଼ିବା ପରେ ଆରମ୍ଭ ହୋଇଛି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼। ସଂପୃକ୍ତ ଉପନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ୍ ଭିଜିଲାନ୍ସ କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ଭିଜିଲାନ୍ସ କେଶ୍ ନମ୍ବର ୧/୨୩ ରେ ଅଭିଯୁକ୍ତ ଖଣି ଉପ-ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।