PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ଖର୍ଚ୍ଚ ହେଉଛି ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୧୨ ।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ସେଲ୍‌ ପରିଚାଳନା ପାଇଁ ୧ କୋଟି ୮୩ ଲକ୍ଷ ୪୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସିଏସଏମ ଟେକ୍ନୋଲୋଜି ପ୍ରା.ଲିଃ ନାମକ ଓଡ଼ିଶାର ଏକ କମ୍ପାନୀକୁ ଏହି ଟଙ୍କା ଦିଆଯାଇଛି । ଏହି କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ସେଲର ପରିଚାଳନା ପାଇଁ କନସଲଟାଣ୍ଟ ଭାବେ ନିଯୁକ୍ତି ହୋଇଛି ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ରଖିଛନ୍ତି । ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ କାର୍ଯ୍ୟ ତୁଲାଇବାକୁ କେଉଁ କେଉଁ ଘରୋଇ କମ୍ପାନୀକୁ କନସଲଟାନ୍ସି ଭାବେ ନିଯୁକ୍ତି ଦିଆଯାଇଛି ଓ କାହାକୁ କେତେ ଟଙ୍କା ଦିଆଯାଇଛି ବୋଲି ବିଧାୟକ ଶଙ୍କର ଓରାମ୍‌ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧୀନରେ ଥିବା ଓକାକ୍‌ ବିଭିନ୍ନ ଇ-ଗଭର୍ଣ୍ଣାସ ପ୍ରକଳ୍ପରେ କନସଲଟାନ୍ସି କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାଙ୍କୁ ନିୟୋଜିତ କରିଛି । ଇ-ଡିଷ୍ଟ୍ରିକ୍ଟ ପ୍ରକଳ୍ପ ପାଇଁ ୱିପ୍ରୋ ଲିଃକୁ ୨୦୧୨ ଜୁଲାଇ ୧୨ ତାରିଖରୁ ୩୧ ମାର୍ଚ୍ଚ ୨୦୧୮ ଯାଏ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିଲା । ଏଥିପାଇଁ କୋଟିଏ ୬୬ ଲକ୍ଷ ୩୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଇ-ଡିଷ୍ଟ୍ରିକ୍ଟ ପ୍ରକଳ୍ପ ପାଇଁ ଆଉ ଏକ କମ୍ପାନୀ ୩-ଆଇ ଇନଫୋଟେକ୍‌ ମଧ୍ୟ ନିଯୁକ୍ତ ହୋଇଥିଲା । ଏଥିପାଇଁ ୪୨ ଲକ୍ଷ ୪୮ହଜାର ବ୍ୟୟବରାଦ ହୋଇଥିଲା । ଏଯାବତ୍‌ ୧୫ ଲକ୍ଷ ୯୩ହଜାର ଦିଆଯାଇଛି । ଓସ୍ୱାନ ପ୍ରକଳ୍ପର ଅଗ୍ରଗତି ପାଇଁ ମଧ୍ୟ ୩-ଆଇ ଇନଫୋଟେକ୍‌କୁ ଦାୟିତ୍ୱ ଦିଆଯାଇଛି । ଏବେ ସୁଦ୍ଧା କମ୍ପାନୀକୁ ୧୧ ଲକ୍ଷ ୪୯ ହଜାର ଟଙ୍କା ଦିଆଯାଇଛି ।

ଇଣ୍ଟରନେଟ ପ୍ରୋଟୋକଲ ଭର୍ସନ-୬ ପ୍ରକଳ୍ପ ପରିଚାଳନା ପାଇଁ ଇ ଆଣ୍ଡ ୱାଇ ଏଲଏଲପି ନାମକ ଏକ ଜାତୀୟସ୍ତରର କମ୍ପାନୀକୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ଏବୁସୁଦ୍ଧା ଏ ବାବଦରେ ୨୬ ଲକ୍ଷ ୫୫ ହଜାର ଖର୍ଚ୍ଚ ହୋଇଛି । ଓଡିଶା ଷ୍ଟେଟ ଡାଟା ସେଣ୍ଟର (ଓଏସଡିସି)ର ସଂପ୍ରସାରଣ ପାଇଁ ଡିଲୋଟି ଟଚ୍‌ ତୋମାସ୍ତୁ ଇଣ୍ଡିଆ କମ୍ପୀନୀକୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ଏ ବାବଦରେ ୪୪ ଲକ୍ଷ ୮ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ ୧୦ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
ଭାରତ ନେଟ୍‌ ପ୍ରକଳ୍ପ ପାଇଁ ଏମଏସ ପିଡବ୍ଲୁସି ନାମକ ଏକ କମ୍ପାନୀକୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ଏଥିରେ ମୋଟ ୮୦ ଲକ୍ଷ ୯୪ ହଜାର ବ୍ୟୟବରାଦ ହୋଇଛି । ଏବେ ସୁଦ୍ଧା ୩୨ ଲକ୍ଷ ୩୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି ।