ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମାଣ୍ଡିପଙ୍କା ଘଟଣା ପରେ ଖୋଲିଲା ରହସ୍ୟ, ଜଳ ନୁହେଁ ଜହର ଯୋଗାଉଥିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ

Published By : Harapriya Sethi | November 9, 2024 7:34 AM

ଦାରିଙ୍ଗବାଡି,୦୯/୧୧: ଲୋକଙ୍କ ନିରାପଦ ପାନୀୟ ଜଳ ଯୋଗାଣ ନାଁରେ ଦିଆ ଯାଉଛି ବିଷାକ୍ତ ଜଳ । ହେଲେ ଗ୍ରାମ୍ୟ ଯୋଗାଣ ବିଭାଗ ନିରାପଦ ପାନୀୟ ଜଳ କହି ଲୋକଙ୍କୁ ଜଳ ବଦଳରେ ଜହର ଯୋଗାଇ ଦେଉଥିଲା । ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣ ମୃତ୍ୟୁ ବରଣ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପରେ ନଭେମ୍ୱର ୧ ତାରିଖରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର କଲ୍ୟାଣୀ ମିଶ୍ରଙ୍କ ସହ ଦାରିଙ୍ଗବାଡି ମେଡ଼ିକାଲ ଇନଚାର୍ଜ ଡ଼କ୍ଟର ଜାକେଶ ସାମନ୍ତରାୟ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚି ବୁଡ଼ାଗୁଡ଼ି ସୋଲାର ଜଳ ପ୍ରକଳ୍ପ ଓ ମାଲାମାହାରେ ହୋଇଥିବା ବସୁଧା ଜଳ ଯୋଗାଣ ପ୍ରକଳ୍ପରୁ ଜଳର ନମୁନା ସଂଗ୍ରହ କରି ନେଇ ଥିଲେ। 

ଉକ୍ତ ଜଳକୁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ରହିଥିବା ପରୀକ୍ଷା ଗାରରେ ପରୀକ୍ଷା ହୋଇଥିବା ବେଳେ ମାଲାମାହା ଜଳ ଯୋଗାଣ ପ୍ରକଳ୍ପ ଜଳରୁ ହାଇଡ୍ରୋଜେନ ସଲଫାଏଡ(ଏଚ୨ଏସ) ବାହାରି ଥିଲା । ଯାହା କି ଜହର ସହ ସମାନ । ହେଲେ ବର୍ଷ ବର୍ଷ ଧରି ମାଣ୍ଡିପଙ୍କା ଲୋକଙ୍କୁ ଉକ୍ତ ବିଷାକ୍ତ ଜଳ ଯୋଗାଇ ଦେଉଥିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ । ଏଭଳି ବିଷାକ୍ତ ପାଣି ଯୋଗାଣ କରି ଲୋକଙ୍କ ଜୀବନ ସହ ଖେଳୁଛି ଜଳ ଯୋଗାଣ ବିଭାଗ । 

ହେଲେ ଅନ୍ୟ ପଟେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଲୋକଙ୍କୁ ଜଳ ବଦଳରେ ଜହର ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଚିଠି କରୁଛନ୍ତି । ଯାହା କି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମିଥ୍ୟା ତଥ୍ୟ ପ୍ରଦାନ ସାମ୍ନାକୁ ଆସିଛି । ଦାରିଙ୍ଗବାଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କ ରିପୋର୍ଟକୁ ଆଧାର କରି ଦାରିଙ୍ଗବାଡି ବିଡ଼ିଓ ସେପ୍ଟେମ୍ୱର ୧୨ ତାରିଖରେ ଜିଲ୍ଲାପାଳଙ୍କୁ ଜଳ ଯୋଗାଣ ସମ୍ପର୍କିତ ଏକ ଚିଠି (୪୨୦୮/୧୨.୦୯.୨୦୨୪) କରିଥିଲେ । ଦାରିଙ୍ଗବାଡି ବ୍ଲକ ଅଞ୍ଚଳବାସୀଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ କରାଯାଉଥିବା ଚିଠିରେ ଉଲ୍ଲେଖ ରହିଥିଲା । 

ହେଲେ ଏବେ ବି ଅନେକ ପଞ୍ଚାୟତର ଲୋକେ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଏବେ ବି ଗୋଳିଆ ପାଣି ପିଉଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଚିଠି କହୁଛି ନିରାପଦ ପାନୀୟ ଜଳ । ମାଣ୍ଡିପଙ୍କାରେ ପରୀକ୍ଷା ହୋଇଥିବା ବେଳେ ଜଳରୁ ହାଇଡ୍ରୋଜେନ୍ ସଲଫାଏଡ଼ ବାହାରୁଛି । ଯାହାକି ଏକ ପ୍ରକାର ବିଷାକ୍ତ ପଦାର୍ଥ । ଏଣୁ ଭୁଲ୍ ତଥ୍ୟ ପ୍ରଦାନ କରିଥିବା ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଥିବା ବେଳେ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ, ତାହାଲେ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାରିଙ୍ଗବାଡି ବ୍ଲକର ସମସ୍ତ ଜଳ ଯୋଗାଣ ପ୍ରକଳ୍ପର ପାଣି ପରୀକ୍ଷା କରିବା ପାଇଁ ମଧ୍ୟ ଦାବି କରିଛନ୍ତି ଅଞ୍ଚଳବାସୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.