ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ୟୁକ୍ରେନ୍ ଉପରେ ପ୍ରଥମ ଥର ଋଷର ଅର୍ନ୍ତମହାଦେଶୀୟ ବାଲାଷ୍ଟିକ୍ ମିସାଇଲ ମାଡ଼, ବିନାଶକ ରୂପ ନେଲା ଯୁଦ୍ଧ

Published By : Harapriya Biswal | November 21, 2024 6:10 PM

କିଭ୍,୨୧।୧୧:  ବିନାଶକ ରୂପ ନେଇଛି ଋଷ ଓ ୟୁକ୍ରେନ୍ ଯୁଦ୍ଧ । ଏହାକୁ ୩ ବର୍ଷ ବିତିଥିବା ବେଳେ ଏବେ ପ୍ରଥମ ଥର ପାଇଁ ୟୁକ୍ରେନ୍ ଉପରେ ଋଷ କରିଛି ବଡ଼ ହମଲା।  ଡିପ୍ରୋ ସହର ଉପରେ ମାଡ଼ କରିଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ ବା ICBM। ଏହି ମିସାଇଲର ରେଞ୍ଜ ୯୦୦୦ କିଲୋମିଟର। ଏହାକୁ ପରମାଣୁ ଯୁଦ୍ଧରେ ବ୍ୟବହାର କରାଯାଏ।  ୟୁକ୍ରେନ୍‌ ବାୟୁସେନା କହିଛି ଯୁଦ୍ଧ ଆରମ୍ଭ ହେବାପରେ ଏହା ପ୍ରଥମ ଥର, ଯେତେବେଳେ ଋଷ ଆଇସିବିଏମ୍‌ର ବ୍ୟବହାର କରିଛି। ଆକ୍ରମଣରେ, ୟୁକ୍ରେନ୍‌ର ବହୁ ଗୁରୁତ୍ବପୂର୍ଣ୍ଣ ସଂସ୍ଥା, ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ସେଭଳି ପାଲଟା ଆକ୍ରମଣରେ ଋଷ ଉପରେ ମଧ୍ୟ ମିସାଇଲ ମାଡ଼ କରିଛି ୟୁକ୍ରେନ୍। 

ୟୁକ୍ରେନ୍ ଉପରେ ଗୁରୁବାର ସକାଳୁ  ଅର୍ନ୍ତମହାଦେଶୀୟ ବାଲାଷ୍ଟିକ୍ ମିସାଇଲ ମାଡ଼ କରିଛି ଋଷ। ଏହି ଆକ୍ରମଣ ସମ୍ପର୍କରେ ୟୁକ୍ରେନ୍‌ ବାୟୁସେନା ସ୍ପଷ୍ଟ କରିଛି। ଏହି ମିସାଇଲ ବ୍ୟତୀତ କିନଝାଲ ହାଇପରସୋନି ଓ କେଏଚ୍‌-୧୦୧ କ୍ରୁଜ ମିସାଇଲରୁ ମଧ୍ୟ ଆକ୍ରମଣ ହୋଇଥିଲା। ଆକ୍ରମଣରେ, ୟୁକ୍ରେନ୍‌ର ବହୁ ଗୁରୁତ୍ବପୂର୍ଣ୍ଣ ସଂସ୍ଥା, ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଏହି  ଆକ୍ରମଣରେ ଅଣ-ପରମାଣୁ ହତିଆର ବ୍ୟବହାର କରାଯାଇଛି।କ୍ରୁଜ ମିସାଇଲକୁ  ମାଡ଼ କରିବା ପାଇଁ  ଋଷ ନିଜର ଦୂରଗାମୀ ବୋମାବର୍ଷକ Tu-95MS ର ବ୍ୟବହର କରିଛି। ଏହି ବୋମାବର୍ଷକ ଭୋଲଗୋଗ୍ରାଣ୍ଡ ଅଞ୍ଚଳରୁ ଟାର୍ଗେଟ କରାଯାଇଥିଲା। ସେପେଟ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୟୁକ୍ରେନ୍ ପକ୍ଷରୁ ମଧ୍ୟ ‘ଷ୍ଟର୍ମ ଶ୍ୟାଡୋ’ ମିସାଇଲ ,୬ଟି HIMARS ରକେଟ୍‌ ଓ ୬୭ ଟି ଡ୍ରୋନ୍ ମାଡ଼ କରାଯାଇଛି। ତେବେ ଏସବୁକୁ ନଷ୍ଟ କରିଛି ଏୟାର ଡିଫେନ୍ସ ସିଷ୍ଟମ। 

ଇତି ମଧ୍ୟରେ ଋଷ-ୟୁକ୍ରେନ୍ ଯୁଦ୍ଧକୁ ଆଗାମୀ ୨୪ ନଭେମ୍ବରରେ ୧୦୦୦ ଦିନ ପୂରଣ ହୋଇଯିବ। ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ଏବେ ବିପଦଜନକ ହୋଇଯାଇଛି। ନିକଟରେ ୟୁକ୍ରେନ୍‌କୁ ନିଜର ମିସାଇଲ ଋଷ ଭିତରକୁ ମାଡ଼ କରିବାର ଅନୁମତି ଦେଇଥିଲା ଆମେରିକା। ୟୁକ୍ରେନ୍‌କୁ ଆମେରିକାଠାରୁ ଅନୁମତି ମିଳିବା ପରେ ଲାଗୁଛି ଏହା ମହାଯୁଦ୍ଧରେ ପରିଣତ ହୋଇପାରେ। ପୁଟିନ୍ ମଧ୍ୟ ନିଜର ପରମାଣୁ ନୀତିରେ ପରିବର୍ତ୍ତନ କରିଛନ୍ତି।  ୟୁକ୍ରେନ୍‌ରେ ପ୍ରଥମ ଥର ଆଇସିବିଏମ୍‌ ମିସାଇଲ ମାଡ଼ କରିଛନ୍ତି। ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ପ୍ରଥମ ଥର ଏଭଳି ଘାତକ ମିସାଇଲ ବ୍ୟବହାର କରାଯାଇଛି। ଆଇସିବିଏମ୍ ମିସାଇଲ ଟାର୍ଗେଟ ପରେ ତୃତୀୟ ବିଶ୍ବଯୁଦ୍ଧର ପଦଧ୍ବନୀରେ ଭୟଭୀତ ହୋଇଛି ସାରା ବିଶ୍ବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.