ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସବା ଏକ ଫଟୋ ସେୟାର କରିଛନ୍ତି । ମେଡିକାଲ ବେଡରେ ଶୋଇଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇନଷ୍ଟ୍ରାରେ ପୋଷ୍ଟ ହୋଇଥିବା ଏହି ଫଟୋରେ ସେ ବେଶ ଦୁର୍ବଳ ଦିଶୁଛନ୍ତି । ଯେଉଁଥିରେ ସେ ପ୍ରକାଶ କରିଛନ୍ତି ୧୪ ଦିନ ବହୁ କଷ୍ଟରେ କାଟିଛନ୍ତି । ମୋ ଜୀବନର ୧୪ ଦିନର କଷ୍ଟ କେବେ ଭୁଲି ହେବନି ।
ତାଙ୍କ ପେଟରେ ସଂକ୍ରମଣ ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯେଉଁ କାରଣୁ ୪ କିଲୋରୁ ଅଧିକ ଓଜନ କମିଥିବା ମଧ୍ୟ ପ୍ରକାଶ କରିଛନ୍ତି । ମୁଁ ଠିକରେ ଚାଳି ମଧ୍ୟ ପାରୁନାହିଁ । କୌଣସି ଭାରି ଜିନିଷ ମଧ୍ୟ ଉଠାଇ ପାରୁନାହିଁ । ଏହାସହ ସେ ହ୍ରତିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପେଟରେ ସଂକ୍ରମଣ ହୋଇଥିବାବେଳେ ଫ୍ୟାନ୍ସଙ୍କ ନିଜର ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସବୁଜ ପନିପରିବା ଖାଇବା ଖାଆନ୍ତୁ ବୋଲି କହିଛନ୍ତି ।
ହ୍ରିତିକ୍ ଏବଂ ସବାଙ୍କ ମଧ୍ୟରେ ୨୦୨୨ରୁ ସମ୍ପର୍କ । ଉଭୟ ୨୦୨୨ରୁ ଡେଟ୍ କରୁଛନ୍ତି । ଉଭୟଙ୍କୁ ଅନେକ ସମୟରେ ଏକାଠି ମଧ୍ୟ ନଜର ଆସିଥିବା ଦେଖିବାକୁ ମିଳିଛି । କ୍ରିସ୍-୪ ପାଇଁ ବ୍ୟସ୍ତ ରହିଛନ୍ତି ହ୍ରିତିକ୍ । ସେପଟେ ସବା ବବି ଦେଓଲଙ୍କ ସହ ଷ୍ଟର୍ମ ନାମକ ଏକ ଫିଲ୍ମରେ ନଜର ଆସିବେ ।
ଏହାସହ ପଢ଼ନ୍ତୁ : ଓ୍ବାଙ୍ଖଡେ ଷ୍ଟାଡିୟମର ଗ୍ରାଉଣ୍ଡଷ୍ଟାଫଙ୍କୁ ଦେଇଥିବା କଥା ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା