PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଅଷ୍ଟ୍ରେଲିଆନ୍ ସ୍ପୋର୍ଟ୍ସ କମ୍ପାନୀ ଉପରେ କେସ୍ କଲେ ତେନ୍ଦୁଲକର, ମାଗିଲେ ଏତେ ଟଙ୍କା

ନୁଆଦିଲ୍ଲୀ ୧୪/୬: କ୍ରିକେଟର ମହାକୁମ୍ଭ ମଧ୍ଯରେ ସଚିନ ତେନ୍ଦୁଲକର ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ୱର୍ଲ୍ଡ କପରେ କମେଣ୍ଟ୍ରି କରୁଥିବା ସଚିନ ଅଷ୍ଟ୍ରେଲିଆର ଏକ କମ୍ପାନୀ ଉପରେ ମୋକଦ୍ଦମା କରିଛନ୍ତି । ସଚିନ କହିଛନ୍ତି ଯେ ବ୍ଯାଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସ୍ପାର୍ଟନ ସ୍ପୋର୍ଟ୍ସ ଇଣ୍ଟରନ୍ଯାସନାଲ୍ ୨୦୧୬ରେ ତାଙ୍କ ସହିତ ଏକ ଚୁକ୍ତି କରିଥିଲା । ଏହି ଅନୁସାରେ କମ୍ପାନୀ ପ୍ରତି ବର୍ଷ ଅତିକମରେ ୧୦ ଲକ୍ଷ ଡଲାର୍ ସଚିନଙ୍କୁ ଦେଇଥାନ୍ତା । କିନ୍ତୁ କମ୍ପାନୀ ୨ ବର୍ଷ ହେଲାଣି ଟଙ୍କା ଦେଇନି ।

ତେନ୍ଦୁଲକର କୋର୍ଟରେ ମୋକଦ୍ଦମା ଦାୟର କରି କହିଛନ୍ତି ଯେ ସ୍ପାର୍ଟନ ସ୍ପୋର୍ଟ୍ସ କମ୍ପାନୀ ୨୦୧୬ରେ କଣ୍ଟ୍ରାକ୍ଟ ସାଇନ୍ କରିଥିଲା । ଏଥିରେ କୁହାଯାଇଥିଲା ଯେ କମ୍ପାନୀ ନିଜ ପ୍ରଡକ୍ଟରେ ସଚିନଙ୍କ  ଫଟୋ ଓ ଲୋଗ ବ୍ୟବହାର କରିବ । ଏହା ବଦଳରେ ରୟାଲଟି ବଦଲରେ ପ୍ରତି ବର୍ଷ ୧୦ ଲକ୍ଷ ଡଲାର ସଚିନଙ୍କୁ ଦିଆଯିବ ।

ସଚିନ କୁହନ୍ତି କମ୍ପାନୀ ସେପ୍ଟମ୍ବର ୨୦୧୮ ପରଠୁ ତାଙ୍କୁ ଟଙ୍କାଟିଏ ବି ପେମେଣ୍ଟ କରିନି । ସେ କମ୍ପାନୀକୁ ଅପିଲ୍ କରିଛନ୍ତି ଯେ ତାଙ୍କୁ ରୟାଲିଟି ଅନୁସାରେ ଏହି ରାଶି ପ୍ରଦାନ କରାଯାଉ । ଯେତେବେଳେ କମ୍ପାନୀ ସେହୁ ଚୁକ୍ତିକୁ ଖାରଜ କରିଦେଲା, ସଚିନ କମ୍ପାନୀକୁ ସଫା ସଫା କହିଦେଇଥିଲେ ଯେ ଆଗକୁ ଯେମିତି ତାଙ୍କ ଫଟୋ କିମ୍ବା ଲୋଗ ବ୍ୟବହାର କରାନଯାଏ ।

ଏହା ପରେ ମଧ୍ଯ ଅଷ୍ଟ୍ରେଲିଆ କମ୍ପାନୀ ତାଙ୍କ ଫଟୋକୁ ନିଜ ପ୍ରଡକ୍ଟରେ ବ୍ୟବହାର କରିବାକୁ ଲାଗିଲା । ଏହା ପରେ ତେନ୍ଦୁଲକର କମ୍ପାନୀକୁ ଏଥିପାଇଁ ୨୦ ଲକ୍ଷ ଡଲାର(ପ୍ରାୟ ୧୩.୯୫ କୋଟି ଟଙ୍କା) ମାଗିଛନ୍ତି । ଏନେଇ ୫ ଜୁନରେ କୋର୍ଟରେ ମୋକଦ୍ଦମା ଦାୟର କରିଛନ୍ତି ତେନ୍ଦୁଲକର । ଏହା ଉପରେ ୨୬ ଜୁନରେ ଶୁଣାଣି ହେବ ।

ସମ୍ବନ୍ଧିତ ଖବର