ମୁମ୍ବାଇ; ୧୧/୧ : ବଲିଉଡର ଭାଇଜାନ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ନିଜର ଅପକମିଙ୍ଗ୍ ଫିଲ୍ମ ବ୍ୟାଟେଲ ଅଫ୍ ଗଲଓ୍ବାନ୍ ରିଲିଜ ହେବାକୁ ରହିଛି । ଆକ୍ସନଭରା ଏହି ଫିଲ୍ମଟି ଦର୍ଶକଙ୍କ ମହଲରେ ଆଦୃତ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ରବିବାର ସଲମାନ ନିଜର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ କ୍ୟାପସନ୍ ରଖିଛନ୍ତି କି, ମାଇଁ ସୁଖ୍ । ମୋ ଖୁସି, ଯେଉଁ ପୋଷ୍ଟଟି ଏବେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ଲାଇକ୍ କମେଣ୍ଟ ସେୟାର କରୁଛନ୍ତି । ସେପଟେ ସଲମାନ ଖାନ ପୋଷ୍ଟ କରିଥିବା ପୋଷ୍ଟରେ ତାଙ୍କ ପାଳିତ କୁକୁର ରହିଛି । ଏକ ପାର୍କରେ ହାଫ ପ୍ୟାଣ୍ଟରେ ବସିଛନ୍ତି ସଲମାନ ।
MY SUKH pic.twitter.com/tkn89BNM7N
— Salman Khan (@BeingSalmanKhan) January 11, 2026