PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ମାତ୍ର ଏତିକି ଟଙ୍କାରେ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍ ପ୍ୟାକେଟ୍ ଦେବେ ସରକାର

ନୂଆଦିଲ୍ଳୀ ୧୯।୬: ଏଣିକି ଝିଅମାନଙ୍କୁ ଅତି କମଦାମରେ ସାନିଟାରୀ ପ୍ୟାଡ୍ ପ୍ୟାକେଟ ଯୋଗାଇବେ କେନ୍ଦ୍ର ସରକାର । କେବଳ ସେତିକି ନୁହେଁ, ଝିଅମାନଙ୍କୁ ପ୍ରତି ମାସରେ ୬ଟି ସାନିଟାରୀ ପ୍ୟାଡର ପ୍ୟାକେଟ ଦିଆଯିବ ବୋଲି ଶୁକ୍ରବାର ଦିନ ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।  ଏହା କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ଯୋଜନା ଜରିଆରେ ପ୍ରଦାନ କରାଯିବ ।

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, କେନ୍ଦ୍ର ସରକାର ମାସିକ ଧର୍ମ ସ୍ୱଚ୍ଛତା ଯୋଜନାର ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡିକୁ ଫଣ୍ଡ ପ୍ରଦାନ କରିବେ । ଯାହା ଫଳରେ ସେମାନେ ଏହାକୁ ନିଜ କାର୍ଯ୍ୟକ୍ରମରେ ସାମିଲ କରିପାରିବେ ଏବଂ ଏହା ମାଧ୍ୟମରେ କିଶୋର ଯୁବତୀମାନଙ୍କୁ ସାନିଟାରୀ ପ୍ୟାଡ ଦିଆଯାଇପାରିବ ।

ଏହି ଯୋଜନା ମଧ୍ୟମରେ ମାସକୁ ଝିଅମାନଙ୍କୁ ଗୋଟିଏ ପ୍ୟାକେଟ ସାନିଟାରୀ ପ୍ୟାଡ ଦିଆଯିବ। ଯାହାର ମୂଲ୍ୟ ୬ ଟଙ୍କା ରହିଛି । ଆଶା କର୍ମୀଙ୍କ ଦ୍ୱାରା ଘରକୁ ଘର ମାଧ୍ୟମରେ ଏବଂ ସ୍କୁଲ ଓ ଅଙ୍ଗନାୱାଡି କେନ୍ଦ୍ର ଜରିଆରେ ଏହି ପ୍ୟାକେଟ ବିତରଣ କରାଯିବ । ଏହା ସହିତ ପ୍ରତ୍ୟେକ ପ୍ୟାକେଟ ପାଇଁ ଆଶା କର୍ମୀଙ୍କୁ ୧ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ତାଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ପ୍ୟାକେଟ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।