ନୂଆଦିଲ୍ଲୀ : ଭାରତୀୟ ସିନେମା ‘ଧୁରନ୍ଧର-୨’ ସାରା ବିଶ୍ବରେ ପ୍ରଂଶସାର ପାତ୍ର ପାଲଟିଛି । ଫିଲ୍ମଟି ବ୍ୟବସାୟ ଦୃଷ୍ଟି କୋଣରୁ ଯେତିକି ଭଲ ହୋଇଛି ଦର୍ଶକଙ୍କ ମନକୁ ମଧ୍ୟ ସେତିକି ଛୁଇଁଛି । ଅନେକ ସିନେ ସମୀକ୍ଷକ ମଧ୍ୟ ଏହି ଫିଲ୍ମକୁ ନେଇ ଭଲ ରିଭ୍ୟୁ ଦେଇଛନ୍ତି । ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଅଭିନୟକୁ ଦର୍ଶକେ ବେଶ ଭଲ ପାଇବା ଦେଇଛନ୍ତି । ସେ ଏସପି ଚୌଧୁରୀ ଭୂମିକାରେ ନଜର ଆସିଛନ୍ତି । ପାର୍ଟ- ଭଳି ପାର୍ଟ-ରେ ମଧ୍ୟ ସିନେମାରେ ବଡ଼ ଅଂଶ ରହିଛନ୍ତି ।
ତେବେ ଏହି ଫିଲ୍ମର ସଫଳତା ଭିତରେ ସଞ୍ଜୟ ଦତ୍ତଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫ୍ୟାନ୍ସଙ୍କ ଉପରେ ଚିଡ଼ୁଥିବା ଦେଖିବାକୁ ମିଳିଛି । ପତ୍ନୀ ମାନ୍ୟତା ଦତ୍ତ ଏବଂ ତାଙ୍କ ଛୁଆଙ୍କ ସହ ଯାଉଥିବାବେଳେ ଭିଡିଓ ଉଠାଉଥିଲେ । ଗାଡ଼ି ଓହ୍ଲାଉ ଯାଉଥିବାବେଳେ କ୍ୟାମେରାରେ ଭିଡିଓ କ୍ୟାପଚର କରୁଥିଲେ । ଦେଖିବା ପରେ ସଞ୍ଜୟ ଦତ୍ତ ବନ୍ଦ କରନ୍ତୁ ବୋଲି କହିଥିଲେ । ନ ଶୁଣିବା ପରେ ଚିଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖରାପ ଏବଂ ଭଲ କମେଣ୍ଟ ମଧ୍ୟ ଆସୁଛି ।
ଏହି ଭିଡିଓରେ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ସଞ୍ଜୟ ଦତ୍ତ ହେଉଛନ୍ତି ବଲିଉଡର ଅଣ୍ଡରଟେକର । ଆଉ ଜଣେ ଲେଖିଛନ୍ତି ଆମେ ପ୍ରସାଦ ପାଇଗଲୁ । ଅନେକ ୟୁଜର୍ସ ଏହି ଭିଡିଓରେ ଇମୋଜିରେ କମେଣ୍ଟ ଦେଇଛନ୍ତି ।
ଏହାସହ ପଢ଼ନ୍ତୁ : ଯନ୍ତ୍ରଣା ଭୋଗୁଛନ୍ତି ହ୍ରିତିକଙ୍କ ପ୍ରେମିକା, ମେଡିକାଲ ବେଡରୁ ସେୟାର କଲେ ଫଟୋ