ମୁମ୍ବାଇ,୧୧/୩ : ସୁପ୍ରିମକୋର୍ଟ ମଙ୍ଗଳବାର ୧୧ମାର୍ଚ୍ଚରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ୧୩ବର୍ଷ ହେବ ଅଚେତ ଅବସ୍ଥାରେ ପଡ଼ିଥିବା ଗାଜିୟାବାଦର ଯୁବକ ହରୀଶ ରାଣାଙ୍କୁ ଇଛାମୃତ୍ୟୁ ହେବାକୁ ଅନୁମତି ଦେଇଛନ୍ତି । ଏହା ଦେଶର ପ୍ରଥମ ମାମଲା ଅଟେ । ଇଛାମୃତ୍ୟୁ ବା ୟୁଥାନେସିଆ ହେଉଛି, ଜଣେ ରୋଗୀର ଜୀବନ ଶେଷ କରିବାର ପ୍ରକ୍ରିୟା ଯିଏକି ଦୀର୍ଘକାଳୀନ, ଅସହ୍ୟ ଯନ୍ତ୍ରଣା କିମ୍ବା ଗମ୍ଭିର ରୋଗର ଶିକାର ହୋଇଥିବେ । ଏହି କଥା ନିଶ୍ଚିତ ଭାବେ କେଉଁଠି ଶୁଣିଲା ଶୁଣିଲା ଲାଗୁଥିବ । କାରଣ ଆଜକୁ ୧୬ବର୍ଷ ପୂର୍ବରୁ ସଞ୍ଜୟ ଲୀଳା ଭଂସାଳୀ ଏହି ବିଷୟ ଉପରେ ଏକ ଫିଲ୍ମ ନିର୍ମାଣ କରିଥିଲେ । ଫିଲ୍ମର ନାଁ ଥିଲା ଗୁଜାରିଶ ଏବଂ ଫିଲ୍ମକୁ ଜୀବନ୍ତ କରି ଗଢି ତୋଳିଥିଲେ ହ୍ରିତିକ ରୋଶନ ବହୁ ଶାନଦାର ଚରିତ୍ର ନିଭାଇଥିଲେ । କୁହାଯାଏ କି ସଲମାନ ଖାନ ଭଂସାଳୀଙ୍କୁ କ୍ରିଷ୍ଟୋଫର ନେଲନଙ୍କ ପ୍ରସିଦ୍ଧ ଫିଲ୍ମ ‘ଦ ପ୍ରେଷ୍ଟିଜ’ର ଡିଭିଡି ଦେଖାଇଥିଲେ । ସେହି ଫିଲ୍ମରୁ ପ୍ରେରଣା ନେଇ ଭଂସାଳୀ ‘ଗୁଜାରିଶ’ ନିର୍ମାଣ କରିଥିଲେ । ଆରମ୍ଭରୁ ସଲମାନ ନିଜେ ଏହି ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ସହ କାମ କରିବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ଭଂସାଳୀ ହିରୋର ଭୂମିକା ଲାଗି ହ୍ରିତିକ ରୋଶନଙ୍କୁ ଚୟନ କରିଥିଲେ ତ ସଲମାନ ବହୁତ ନାରାଜ ହୋଇଯାଇଥିଲେ ।
ଏହି ଘଟଣା ସେତେବେଳେ ବହୁ ଭାଇରାଲ ହୋଇଥିଲା । ସଲମାନ ରାଗିଯାଇ ଏକ ପବ୍ଲିକ ଇଭେଣ୍ଟରେ ଭଂସାଳୀ ଏବଂ ତାଙ୍କ ଫିଲ୍ମ ଉପରେ ରାଗିଯାଇଥିଲେ । ଯେତେବେଳେ ତାଙ୍କୁ ‘ଗୁଜାରିଶ’ ବିଷୟରେ ପଚରାଯାଇଥିଲା ତ ସଲମାନ କହିଥିଲେ କି, ଆରେ ସେଥିରେ ତ ମାଛି ଉଡ଼ୁଥିଲେ, କିନ୍ତୁ ମଶା ବି ଦେଖିବାକୁ ଯାଇନଥିଲେ । ଆରେ କୌଣସି କୁକୁର ବି ଯାଇନଥିଲେ ! । ’ ସେହି ଇଭେଣ୍ଟରେ ଯେତେବେଳେ ଏକ ଯୁବତୀ ସଲମାନଙ୍କୁ ପଚାରିଥିଲେ କି ବଲିଉଡ଼ରେ ବଡ଼ କିଭଳି କାରାଯିବ, ସଲମାନ ଭଂସାଳୀଙ୍କ ତରଫରୁ ଇଶାରା କରିବାକୁ ଯାଇ କହିଥିଲେ କି , ଯାଇ କି ତାଙ୍କୁ ଭେଟନ୍ତୁ । ସେ ତୁମ ଉପରେ ଫିଲ୍ମ କରିବେ, ନିଜେ ଖୁବ୍ କମାଇବେ, କିନ୍ତୁ ତୁମକୁ କିଛି ଦେବେ ନାହିଁ।
ସଲମାନଙ୍କ କମେଣ୍ଟ ହ୍ରିତକ ରୋଶନଙ୍କୁ ବହୁତ ଖରାପ ଲାଗିଥିଲା । ହ୍ରିତିକ ରୋଶନ ସଲମାନଙ୍କୁ ନିଜ ମେଣ୍ଟର ମାନୁଥିଲେ । ସେ ଦୁଃଖର ସହ କହିଥିଲେ କି, ମୁଁ ସଲମାନ ଭାଇଙ୍କୁ ସବୁବେଳେ ଭଲ ମଣିଷ ମାନିଛି, ମୁଁ ଆଜି ବି ତାଙ୍କୁ ବହୁତ ମାନିଥାଏ । କିନ୍ତୁ କୌଣସି ଫିଲ୍ମ ମେକରଙ୍କ ମଜାକ ଉଡ଼ାଇବା, କେବଳ ଏଥିଲାଗି କି ତାଙ୍କ ଫିଲ୍ମ ବକ୍ସ ଅଫିସରେ ଚାଲିଲା ନାହିଁ । ଏହା ଠିକ୍ ନୁହେଁ । ହିରୋଙ୍କୁ କେବେ ବି ଗର୍ବ କରିବା କଥା ନୁହେଁ । ଯେତେବେଳେ ବି ଆପଣ ଅଧିକ ସଫଳ ହେଉଛନ୍ତି ତ ଆହୁରି ଅଧିକ ଭଲପାଇବା ଦେବା ଆବଶ୍ୟକ । ମୋତେ ବହୁତ ଦୁଃଖ ଲାଗିଲା ଯେତେବେଳେ ଭଂସାଳୀ ସାରଙ୍କ ବିଷୟରେ କିଛି କହିଥିଲେ ।