ଭୁବନେଶ୍ବର, ୧୫/୦୨: ସନ୍ଥ କବି ଭୀମ ଭୋଇଙ୍କ ଆଜି ହେଉଛି ତିରୋଧାନ ଦିବସ । ବିଧାନସଭା ପରିସରରେ ମହାନ କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ । ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଦି ବହୁ ବରିଷ୍ଠ ନେତା ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାପର୍ଣ କରିଛନ୍ତି ।

​​​​​​​

ମୁଖ୍ୟମନ୍ତ୍ରୀ କହିଛନ୍ତି, ସନ୍ଥ କବି ଭୀମ ଭୋଇ ଅତି ସରଳ ଭାଷାରେ କବିତା ଲେଖୁଥିଲେ । ଯାହା ସମାଜ ଉଦ୍ଧାର ପାଇଁ କାର୍ଯ୍ୟରେ ଆସୁଥିଲା । ଦୁଃଖ ଅରକ୍ଷିତଙ୍କ ବିକାଶ ପାଇଁ ଚିନ୍ତାଧାରା ଯୋଗୁଁ ତାଙ୍କୁ ବିଶ୍ୱ ଦରବାରରେ ସନ୍ଥର ଆଖ୍ୟା ଦିଆଯାଇଛି । ନିଜ କବିତା ମାଧ୍ୟମରେ ଜନକଲ୍ୟାଣକୁ ପ୍ରାଥମିକତା ଦେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହି ଅବସରରେ ବିଧାନସଭା ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିବାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।