ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨୯ରେ ରିଲିଜ୍ ହେବ ଦିବ୍ୟାଙ୍ଗଙ୍କ ଉପରେ ଆଧାରିତ ଫିଲ୍ମ ‘ସପନଟିଏ-ଏ ଡ୍ରିମ୍‌’

Published By : Rasmita Pradhan | November 15, 2024 10:09 AM

ଭୁବନେଶ୍ୱର, ୧୫/୧୧ : ଇଚ୍ଛାରାମ ଫାଉଣ୍ଡେସନ୍‌ ଦ୍ୱାରା ପ୍ରଯୋଜିତ ଦିବ୍ୟାଙ୍ଗମାନଙ୍କ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ସପନଟିଏ-ଏ ଡ୍ରିମ୍‌’ ଆସନ୍ତା ୨୯ ତାରିଖରେ ଓଡିଶାର ସମସ୍ତ ମଲ୍ଟିପ୍ଲେକ୍ସ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଆଇନଜୀବୀ ମିଲନ ଦାଶଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦିବ୍ୟାଙ୍ଗମାନଙ୍କ ସାମାଜିକ ସ୍ଥିତିରେ ସୁଧାର ଆଣିବା ପାଇଁ ଉଦ୍ଦିଷ୍ଟ । ସମାଜରେ ଦିବ୍ୟାଙ୍ଗମାନଙ୍କ ସଂଘର୍ଷକୁ ଏଥିରେ ଚିତ୍ରଣ କରାଯାଇଛି । 

୨୯ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ମାଗୁଣି ପାତ୍ର (ବବଲୁ)ପୁରସ୍କୃତ ହୋଇଥିଲେ । ରାଜଭବନରେ ପ୍ରଦର୍ଶିତ ଏହି ଚଳଚ୍ଚିତ୍ରର କାହାଣୀ ଦେଖି ପୂର୍ବତନ ରାଜ୍ୟପାଳ ଏସ୍‌ସି ଜମିର୍‌ ଓ ପ୍ରଫେସର ଗଣେଶୀ ଲାଲ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ହର ରଥ, ମନୋଜ ମିଶ୍ର, ଗୁଡୁ, ବିଶିଷ୍ଟ ଅଭିନେତ୍ରୀ ଇଷା ବେବର୍ତ୍ତା, ନମ୍ରତା ଦାସ, ବିଜୟିନୀ ମିଶ୍ର, ଧରିତ୍ରୀ ଖଣ୍ଡୁଆଳଙ୍କ ସହ ଅନେକ କଳାକାର ଅଭିନୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ଏହି ଚଳଚ୍ଚିତ୍ରକୁ ଦେଖି କାହାଣୀ ଓ କଳାକାରଙ୍କ ଅଭିନୟ ଉଚ୍ଚକୋଟିର ହୋଇଥିବା କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.