ନୂଆଦିଲ୍ଲୀ: ସାରା ତେନ୍ଦୁଲକର ସର୍ବଦା ଖବରରେ ଶିରୋନାମା ପାଲଟିଥାନ୍ତି । ଏବେ ଆଇପିଏଲ ଚାଲିଥିବାବେଳେ ଭାଇଙ୍କୁ ସପୋର୍ଟ କରିବା ପାଇଁ ପହଞ୍ଚିଥିଲେ ଭାଉଜ ଏବଂ ସାରା । ଯଦିଓ ଚଳିତ ସିଜିନରେ ନଜର ଆସିନାହାନ୍ତି ଅର୍ଜୁନ ତତାପି ଲକ୍ଷ୍ନୌ ଦଳରେ ସାମିଲ ଥିବାବେଳେ ଦଳକୁ ଚିୟରଅପ୍ କରିବା ପାଇଁ ସାରା ଏବଂ ସାନିଆ ପହଞ୍ଚିଛନ୍ତି । ଏୟାରପୋର୍ଟ ଏବଂ ଷ୍ଟାଡିୟମରେ ଥିବା ସମୟର ବହୁ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ନିକଟରେ ଏକ ଭିଡିଓ ଭାଇାରାଲ ହୋଇଛି ଯେଉଁଥିରେ ସାରା ରାଗିଯାଇଥିବା ଦେଖିବାକୁ ମିଳିଛି ।

ଭାଉଜ-ନଣନ୍ଦଙ୍କ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କିଛି ଫ୍ୟାନ୍ସ । ଯାହାକୁ ନେଇ ଅନେକ ଖରାପ କମେଣ୍ଟ ମଧ୍ୟ କରିଥିଲେ । ଯାହା ଉପରେ କ୍ଷୋଭ ପ୍ରକାଶ କରିବା ସହ ରାଗି ଯାଇଥିଲେ ସାରା । ସେ କହିଥିଲେ କି, ଏଗୁଡ଼ିକ ଡିଲିଯ୍ କରିବାକୁ । ଯଦିଓ ଏସବୁ ଡିଲେଟ କରାଯାଇଛି ତଥାପି ସାରା ରାଗି ଯାଇଥିଲେ । ମୁହେଁ ମୁହେଁ ଶୁଣାଇ ଦେଇଥିଲେ, ଯେଉଁମାନେ ଏଭଳି ଖରାପ କମେଣ୍ଟ କରିଥିଲେ। ଯେଉଁମାନେ ଏଭଳିତ ଫଟୋ ପୋଷ୍ଟ କରିଥିଲେ ସେମାନଙ୍କୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଥିଲେ ।

କହି ରଖୁଛୁ କି, ଚଳିତ ସିଜିନରେ ଅର୍ଜୁନ ତେନ୍ଦୁଲକର ଲକ୍ଷ୍ନୌ ଫ୍ରାଞ୍ଚାଇଜ ସହ ଜଡ଼ିତ ଅଛନ୍ତି । ଦଳ ଏଯାବତ ୧୩ଟି ମ୍ୟାଚ ଖେଳିଥିବାବେଳେ ପ୍ଲେଅଫ ରେସକୁ ବାଦ ପଡ଼ିସାରିଛସି । ତଥାପି ଅର୍ଜୁନଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳିନାହିଁ । ତଥାପି ଲକ୍ଷ୍ନୌକୁ ସମର୍ଥନ କରିବାକୂ ମଇଦାନରେ ପହଞ୍ଚିଥିଲେ ସାରା ଏବଂ ସାନିଆ ।

ଏହାସହ ପଢ଼ନ୍ତୁ : IPL 2026: ଆଜି ଗୁଜରାଟ- ଚେନ୍ନାଇ ଲଢ଼େଇ, ପ୍ଲେ-ଅଫ୍‌ରେ ସ୍ଥାନ ହାସଲ ପାଇଁ CSKର ବିଜୟ ଜରୁରୀ