‘ଆଶିକି-୩’ର ନାୟିକା ହେବାକୁ ସାରାଙ୍କ ଇଚ୍ଛା, ଅଫର୍ ମିଳିଲେ ହଁ ଭରିବେ..

ମୁମ୍ବାଇ ୦୨/୦୪: ୨୦୨୦ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଲଭ୍ ଆଜ୍ କଲ୍’ରେ ସାରା ଅଲି ଖାନ୍ ଓ କାର୍ତ୍ତିକ ଆର୍ୟନ ଅନ୍ସ୍କ୍ରିନ୍ ଲଭ୍ବର୍ଡ ଭାବେ ନଜର ଆସିଥିଲେ । ଫିଲ୍ମର ସୁଟିଂ ସେଟ୍ରେ ଉଭୟ ସତସତିକା ଡେଟିଂ ମଧ୍ୟ କଲେ । କିନ୍ତୁ ବକ୍ସ ଅଫିସ୍ରେ ଫିଲ୍ମଟି ଫ୍ଲପ୍ ହେବା ପରେ ଉଭୟଙ୍କ ରୋମାନ୍ସରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ତଥାପି କାର୍ତ୍ତିକଙ୍କ ସହ ଫିଲ୍ମରେ କାମ କରିବାରେ କୌଣସି ସମସ୍ୟା ନାହିଁ ବୋଲି ସାରା କହିଛନ୍ତି । ସାରା ଏବେ ଅନୁରାଗ ବାସୁଙ୍କ ଅପ୍କମିଙ୍ଗ ଫିଲ୍ମ ‘ମେଟ୍ରୋ ଇନ୍ ଡିନୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ ମଧ୍ୟ ଅନୁରାଗଙ୍କର ଫିଲ୍ମ ‘ଆଶିକି-୩’ର ସୁଟିଂ ଆସନ୍ତା ଡିସେମ୍ବରରେ ଆରମ୍ଭ କରିବେ । ଫିଲ୍ମ ନିର୍ମାତା ଅଦ୍ୟାବଧି କାର୍ତ୍ତିକଙ୍କ ଅପୋଜିଟ୍ରେ ଲିଡ୍ ଲେଡିଙ୍କୁ କାଷ୍ଟ୍ କରିନାହାନ୍ତି ।

ଇତିମଧ୍ୟରେ ‘ଆଶିକି-୩’ରେ ଯୋଗ ଦେବାର ଗୁଜବ ବିଷୟରେ ସାରାଙ୍କୁ ପଚରାଯାଇଥିଲା । ସେ କହିଥିଲେ, ଏବେ ସୁଦ୍ଧା ତାଙ୍କୁ ଫିଲ୍ମ ଅଫର୍ ମିଳିନାହିଁ । ଯଦି ମିଳେ, ସେ ନିଶ୍ଚୟ ହଁ ଭରିବେ । ଆଗକୁ ଲକ୍ଷ୍ମଣ ଉତେକରଙ୍କ ରୋମାଣ୍ଟିକ୍ କମେଡିରେ ସେ ଭିକି କୌଶଲଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଏଥିସହିତ ହୋମି ଆଦାଜାନିୟାଙ୍କ ଅପ୍କମିଙ୍ଗ ଫିଲ୍ମ ‘ମର୍ଡର୍ ମୁବାରକ୍’ ମଧ୍ୟ ତାଙ୍କ ହାତରେ ଅଛି ।