ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ସର୍ତ୍ତ ଆଧାରରେ କେନ୍ଦ୍ରାପଡ଼ା ଯାଇପାରିବେ ସାରଥୀ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

Published By : Prameya | March 5, 2025 4:43 PM

କଟକ,୫/୩ :  କେନ୍ଦ୍ରାପଡା ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ସାରଥୀ । କିନ୍ତୁ ନିଜ ଅସୁସ୍ଥ ଭାଇଙ୍କୁ ଭେଟିବା ଲାଗି ସେ କେତେକ ସର୍ତ୍ତ ଆଧାରରେ କେନ୍ଦ୍ରାପଡ଼ା ଯାଇ ପାରିବେ ବୋଲି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବ ନିର୍ଦ୍ଦେଶର ପୁନଃ ବିର୍ଚାର ପାଇଁ ସାରଥୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ତାଙ୍କ ପାସପୋର୍ଟ ଫେରାଇବା ସହିତ ସର୍ବସାଧାରଣରେ ପ୍ରବଚନ ଦେବାକୁ ଅନୁମତି ଲୋଡ଼ିଥିଲେ ସାରଥୀ। 

କିନ୍ତୁ ଉକ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତେବେ କେନ୍ଦ୍ରାପଡ଼ା ଯିବା ଲାଗି ତାଙ୍କୁ ଅନୁମତି ମିଳିଛି କିନ୍ତୁ କିଛି ସର୍ତ୍ତ ଆଧାରରେ। ସେଗୁଡିକ ହେଲା ୨ ମାସରେ ଥରେ ସାରଥୀ କେନ୍ଦ୍ରାପଡା ଯାଇପାରିବେ, ସକାଳ ୫ଟାରୁ ସନ୍ଧ୍ୟା ସାଢେ ୫ ଟା ଯାଏଁ ସେ କେନ୍ଦ୍ରାପଡ଼ାରେ ରହିପାରିବେ, ହେଲେ କୌଣସି ପରିସ୍ଥିତିରେ ସେ ବାରିମୂଳ ଆଶ୍ରମ ଯାଇପାରିବେ ନାହିଁ, କେନ୍ଦ୍ରାପଡା ଯିବା ଲାଗି ତାଙ୍କୁ ୭ଦିନ ଆଗରୁ କୋର୍ଟଙ୍କୁ ଜଣାଇବାକୁ ପଡିବ , କେନ୍ଦ୍ରାପଡ଼ା ଥାନା ଏବଂ ନିଜେ ରହୁଥିବା ଥାନାଞ୍ଚଳର ଅଧିକାରୀଙ୍କୁ ମଧ୍ୟ କେଦ୍ରାପଡ଼ା ଗସ୍ତର ୭ ଦିନ ଆଗରୁ ଜଣାଇବେ ସାରଥୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.